ବଣାଇ: ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମହିଳାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶିଶୁଟିକୁ ରାଉରକେଲା RGHରେ ଭର୍ତ୍ତି କରାଯାଇଛି।
ତେବେ କେମିତି ମହିଳାଙ୍କ ମୃତ୍ୟୁ ଓ ଶିଶୁପୁତ୍ର ଗୁରୁତର ହେଲେ, ଏହାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ମହିଳାଙ୍କ ବାପ ଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ୍ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।
The post ଘର ଭିତରୁ ମିଳିଲା ବିବାହିତା ମହିଳାଙ୍କ ମୃତଦେହ appeared first on OTV Khabar..
from OTV Khabar. https://ift.tt/35Jt7kP
No comments: