ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ

ସାଲେପୁର ୧୭।୦୯: ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ । ସକାଳ ସମୟରେ ରାସ୍ତା ଉପରେ କଟାମୁଣ୍ଡ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକ । ପାଖରେ ଏକ ଅଳିଆଗଦା ମଧ୍ୟ ରହିଛି ।

ତେବେ ଶିଶୁର କଟାମୁଣ୍ଡ ପଡିଥିବା ସ୍ଥାନ ନିକଟରେ ଏକ ଘରୋଇ ସ୍କୁଲ ରହିଛି। ନବଜାତ ଶିଶୁର କଟାମୁଣ୍ଡ ରାସ୍ତା ଉପରକୁ କିପରି ଆସିଲା ତାହା ସ୍ପଷ୍ଟ ହୋଇନାହିଁ। କୁକୁର ମାନେ ମୁଣ୍ଡଟି ଆଣି ପକାଇଥିବା ସ୍ଥାନୀୟ ଲୋକେ ଅନୁମାନ କରାଯାଉଛି। ମିଶ୍ରପଡାରେ ଏକ ନର୍ସିଂହୋମ ମଧ୍ୟ ରହିଛି।  ମୁଣ୍ଡଟି କେଉଁଠାରୁ ଆସିଛି, ଆଉ ଗଣ୍ଡିଟି କେଉଁଠି ରହିଲା ତାହା ତଦନ୍ତ ସାପେକ୍ଷ।

ରାସ୍ତା ଉପରକୁ ଗଣ୍ଡି ବିହୀନ ମୁଣ୍ଡ ଆସିବା, ଏବଂ ରାସ୍ତାରେ ଗଡ଼ିବାକୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଖବରଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଁଚିନଥିବା ଜଣାପଡିଛି । ପୋଲିସ ଅଧିକ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।



from Prameya News7 https://ift.tt/2ZK2ngc
ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ ରାସ୍ତାରେ ଗଡୁଛି ଶିଶୁର କଟାମୁଣ୍ଡ Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.