କଲିଂ ବେଲ୍ ମାରି ଘର ଭିତରେ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର Rajalaxmi Sahoo

ଉଦଳା: କଲିଂ ବେଲ୍ ମାରି ଘର ଭିତରେ ପଶି ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନ୍ଏସିର ୧୨ ନମ୍ବର ୱାର୍ଡରୁ ଏଭଳି ଅଭିଯୋଗ ଆସିଛି।

ସୂଚନା ଅନୁସାରେ, ୧୨ ନମ୍ବର ୱାର୍ଡରେ ରହୁଥିବା ଅଧ୍ୟାପକ ସପନ ମହାନ୍ତିଙ୍କ ଘରୁ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି। ଗତକାଲି ସେ ଘରେ ନ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ୭ଟାରୁ ୮ଟା ଭିତରେ ୫ ଜଣ ଦୁର୍ବୃତ୍ତ ଆସି ସପନଙ୍କ ଘରର କଲିଂ ବେଲ୍ ମାରିଥିଲେ। ଅଧ୍ୟାପକଙ୍କ ସ୍ତ୍ରୀ ଗୀତାଞ୍ଜଳି ଘରର କବାଟ ଖୋଲିବା ପରେ ସାର୍‌ଙ୍କ ନିକଟରେ କାମ ଅଛି ବୋଲି କହି ଦୁର୍ବୃତ୍ତମାନେ ଜୋରଜବରଦସ୍ତ ଘର ଭିତରକୁ ପଶିଥିଲେ। ଏହାପରେ ଗୀତାଞ୍ଜଳି ଓ ତାଙ୍କ ନାବାଳକ ପୁଅକୁ ଦୁର୍ବୃତ୍ତମାନେ ବାନ୍ଧି ଦେଇଥିଲେ। ଏପରିକି ମୁଣ୍ଡରେ ବନ୍ଧୁକ ସହ ଭୁଜାଲି ବି ଲଗାଇଥିଲେ। ଏହାପରେ ଟଙ୍କା ସହ ସୁନା ଅଳଙ୍କାର ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ଗୀତାଞ୍ଜଳି ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହିତ ଆଲ୍‌ମାରିରୁ ୮ ହଜାରରୁ ଅଧିକ ଟଙ୍କା, ଗୀତାଞ୍ଜଳିଙ୍କ ପୁଅ ପାଠ ପଢୁଥିବା ମୋବାଇଲ୍ ସହ ଗୀତାଞ୍ଜଳି ପିନ୍ଧିଥିବା ସୁନାହାରକୁ ଦୁର୍ବୁତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏସବୁ ଅଟକାଇବାକୁ ଗୀତାଞ୍ଜଳି ଚେଷ୍ଟା କରିବାବେଳେ ତାଙ୍କୁ ଗୁଳି କରିବାକୁ ଧମକ ଦେଇ ଖସି ଯାଇଥିଲେ ଦୁର୍ବୁତ୍ତମାନେ। ଦୁର୍ବୁତ୍ତମାନଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍‌ ପିନ୍ଧି ଥିବାବେଳେ ଅନ୍ୟ ୪ଜଣ ମୁହଁରେ ମାସ୍କ ପିନ୍ଧି ଥିଲେ ବୋଲି ସୂଚନା ମିଳିଛି। ଦୁର୍ବୁତ୍ତମାନେ ସାଙ୍ଗରେ ଆଣିଥିବା ଏକ ଗାମୁଛା ଚାଡ଼ି ଚାଲିଯାଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସପନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

The post କଲିଂ ବେଲ୍ ମାରି ଘର ଭିତରେ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର appeared first on OTV Khabar..



from OTV Khabar. https://ift.tt/33C3Ypf
କଲିଂ ବେଲ୍ ମାରି ଘର ଭିତରେ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର Rajalaxmi Sahoo କଲିଂ ବେଲ୍ ମାରି ଘର ଭିତରେ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର Rajalaxmi Sahoo Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.