କଟକ/ଭୁବନେଶ୍ୱର: ଟ୍ୱିନ୍ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍ରେ ପୋଲିସ୍।
କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍ କରାଯାଉଛି।
ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀ ଭୁବନେଶ୍ୱରର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା ମାର୍କେଟ ଅଞ୍ଚଳ ବୁଲି କରୋନାକୁ ନେଇ ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ଏହାସହ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ସେମାନଙ୍କ ନିକଟରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଥିଲା।
ସେହିପରି କଟକରେ ମଧ୍ୟ ଡିସିପି ପ୍ରତୀକ ସିଂ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଇଁତରା ମାରିବା ସହ ଅମାନିଆଙ୍କୁ ସାବାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥର ଦୈନିକ ୪ ହଜାର ପାର୍ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଣେ କଟକ-ଭୁବନେଶ୍ୱରରେ ସ୍ଥିତି ମଧ୍ୟ ଭଲ ନାହିଁ। ଯିଏ ନିୟମ ନ ମାନିବ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତି ନିଷ୍ପତ୍ତି ନେଇଛି ରାଜ୍ୟ ପୁଲିସ୍ #Odisha #Cuttack #Bhubaneswar #Coronavirus #COVID19 pic.twitter.com/M3DP46jUNq
— ଓଟିଭି (@otvkhabar) September 17, 2020
ପଢ଼ନ୍ତୁ: ଏଣିକି ସାବାଡ଼ ହେବେ ଅମାନିଆ
The post ଟ୍ୱିନ୍ସିଟିରେ ଆକ୍ସନ ମୋଡ୍ରେ ପୋଲିସ୍: ସାବାଡ୍ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ appeared first on OTV Khabar..
from OTV Khabar. https://ift.tt/35IEUjf
No comments: