‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’ Rajalaxmi Sahoo
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। କଟକ ସହରର ୧୬୨ଟି ପୂଜା ମଣ୍ଡପ ବୁଲି ଦେଖିବା ପରେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁପାରିସ କରିଛନ୍ତି।
ପୋଲିସ୍ କମିଶନର କହିଛନ୍ତି, କଟକ ସହରର ୧୪୨ଟି ମଣ୍ଡପରେ ଏଯାଏ ମୂର୍ତ୍ତିଗଢା କାମ ଆରମ୍ଭ ହୋଇନାହିଁ। ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ଅମାନିଆଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ ବୋଲି ପୋଲିସ୍ କମିଶନର କହିଛନ୍ତି।
କଟକ ସହରର ପୂଜା ମଣ୍ଡପ ଗୁଡ଼ିକରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ତଥ୍ୟ ରଖିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ପୂଜା ଆୟୋଜକ କମିଟି ଗୁଡ଼ିକ ମୂର୍ତ୍ତି ଉଚ୍ଚତା ନେଇ ଡିସିପିଙ୍କୁ ଜଣାଇବେ। ଏହାପରେ ପୋଲିସ୍ ସବୁ ପୂଜା ମଣ୍ଡପ ବୁଲି ଏହାର ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୂଜା ମଣ୍ଡପ ବୁଲି ଦେଖିଥିଲେ ପୋଲିସ୍ କମିଶନର। ଏହାସହ ବିଭିନ୍ନ ପୂଜା କମିଟି ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
The post ‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’ appeared first on OTV Khabar..
from OTV Khabar. https://ift.tt/3mwQynj
No comments: