ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି Rajalaxmi Sahoo

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ। ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‌ ପାରିତ ହେବା ପରେ ଏସବୁ ସାମଗ୍ରୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଛି। ଫଳରେ ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷମତା ସରକାର ହରାଇ ବସିଛନ୍ତି।

ଗତ ୧୫ ତାରିଖରେ ଏସମ୍ପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଗତକାଲି ଏହା ରାଜ୍ୟସଭାରେ ପାରିତ ହୋଇଛି।

ସଂଶୋଧିତ ଆଇନ ଅନୁଯାୟୀ, କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ। ଏ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ବେସରକାରୀ ନିବେଶକଙ୍କ ବ୍ୟବସାୟ କାର୍ଯ୍ୟରେ ଅତ୍ୟଧିକ ନିୟାମକର ଭୟ ଦୂର କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା କୃଷି କ୍ଷେତ୍ରରେ ଘରୋଇ ଓ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ଏତଦ୍‌ବ୍ୟତୀତ ଉଭୟ କୃଷକ ଓ ଗ୍ରାହକଙ୍କ ସପକ୍ଷରେ ରହିବ ଓ ଏହା ଦେଶକୁ ଆତ୍ମନିର୍ଭର କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

The post ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି appeared first on OTV Khabar..



from OTV Khabar. https://ift.tt/3mHIxMl
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି Rajalaxmi Sahoo ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି Rajalaxmi Sahoo Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.