ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ Rajalaxmi Sahoo

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ।

ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍‌ଚୁପ୍‌ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଖାଇବା ବେଳେ ଶ୍ୱାସନଳୀରେ ଗୁପ୍‌ଚୁପ୍ ଫସି ଯିବା ଯୋଗୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଇପାରେ ବୋଲି ସୁନ୍ଦରଗଡ଼ ସିଡିଏମ୍ଓ ଆଶଙ୍କା କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ।

The post ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ appeared first on OTV Khabar..



from OTV Khabar. https://ift.tt/362NV6O
ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ Rajalaxmi Sahoo ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ Rajalaxmi Sahoo Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.