ପୁରୀ: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍ଖା ମନା। ମନ୍ଦିର ଭିତରକୁ ପାନ ଓ ଗୁଟ୍ଖା ଯେପରି କିଏ ନ ଆଣନ୍ତି ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେକିଂ କଡାକଡି କରିବାକୁ ଶ୍ରୀମନ୍ଦିର ପୋଲିସଙ୍କୁ ସଚେତନ କରାଯାଇଛି।
ଚାରି ଦ୍ୱାରରେ ଶ୍ରୀମନ୍ଦିର ପୋଲିସ୍ ଚେକିଂ କରିବେ। ପାନ ଖାଇ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି ଏଥିପ୍ରତି ନଜର ରଖିବେ ପୋଲିସ୍। ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କାନିଂ, ସାନିଟାଇଜିଂ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।
ମନ୍ଦିର ପରିସରରେ କୌଣସି ସେବାୟତ ପାନ ଛେପ ପକାଇଲେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ। ପ୍ରଥମ ଏବଂ ଦ୍ୱିତୀୟ ଥର ପାନ ଛେପ ପକାଇଲେ ୧ ହଜାର ଟଙ୍କା, ଏବଂ ତୃତୀୟ ଥର ପାନ ଛେପ ପକାଇଲେ ୫ ହଜାର ଟଙ୍କା ଜରିମାନା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସ୍ପି ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
The post ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍ appeared first on OTV Khabar..
from OTV Khabar. https://ift.tt/3mZKHqO
No comments: