ବଲିଉଡର ଡ୍ରଗ୍ସ ମାମଲା : ଏନସିବି ରାଡାରରେ ଦୀପିକାଙ୍କ ସହ କାମ କରିଥିବା ୩ସୁପରଷ୍ଟାର; ଏସ, ଆର ଓ ଏରୁ ଆରମ୍ଭ ହେଉଛି ନାଁ, ଖୁବଶୀଘ୍ର ହୋଇପାରେ ସମନ୍ Kanak News

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ନୂଆ ଚେହେରା ସାମ୍ନାକୁ ଆସୁଛନ୍ତି । ବର୍ତମାନ ଏନସିବି ରାଡାରରେ ରହିଚନ୍ତି ଦୀପିକାଙ୍କ ସହ  କାମ କରିଥିବା ୩ ସୁପରଷ୍ଟାର । ଏମାନଙ୍କ ନାଁ ସାମ୍ନାକୁ ଆସିନଥିଲେ ମଧ୍ୟ ଏମାନଙ୍କ ନାଁ ଏସ, ଆର ଓ ଏ ରୁ ଆରମ୍ଭ ହେଉଛି । ଏନସିବିର ଜେରାବେଳେ ବଲିଉଡ  ପ୍ରଯୋଜକ ଦୀକ୍ଷିତ ରବିପ୍ରସାଦ  ଏମାନଙ୍କ ନାଁ ନେଇଥିଲେ । ଖବର ଅନୁସାରେ, ଶୀଘ୍ର ଏମାନଙ୍କୁ ଜେରା ପାଇଁ ସମନ ପଠାଯାଇପାରେ ।

କୁହାଯାଉଛି, ଏ, ରେ ଆରମ୍ଭ ହେଉଥିବା ସୁପରଷ୍ଟାର ପୂର୍ବରୁ ଡ୍ରଗ୍ସ ନେଉଥିଲେ । ପୂର୍ବରୁ ଏହି ମାମଲାରେ ୨୬ ତାରିଖ ଦିନ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କାପୁର ଏନସିବିରେ ହାଜର ହୋଇଥିଲେ । ଏମାନେ ଜେରାବେଳେ ଦାବି କରିଥଲେ ସେମାନେ କେବେବି ନିଶାଦ୍ରବ୍ୟ ସେବନ କରିନାହାନ୍ତି । ତେବେ ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କାପୁର ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ  ନେଉଥିଲେ ବି କହିଥିଲେ ।



from Kanak News https://ift.tt/30mhYCR https://ift.tt/33g3pma
ବଲିଉଡର ଡ୍ରଗ୍ସ ମାମଲା : ଏନସିବି ରାଡାରରେ ଦୀପିକାଙ୍କ ସହ କାମ କରିଥିବା ୩ସୁପରଷ୍ଟାର; ଏସ, ଆର ଓ ଏରୁ ଆରମ୍ଭ ହେଉଛି ନାଁ, ଖୁବଶୀଘ୍ର ହୋଇପାରେ ସମନ୍ Kanak News ବଲିଉଡର ଡ୍ରଗ୍ସ ମାମଲା : ଏନସିବି ରାଡାରରେ ଦୀପିକାଙ୍କ ସହ କାମ କରିଥିବା ୩ସୁପରଷ୍ଟାର; ଏସ, ଆର ଓ ଏରୁ ଆରମ୍ଭ ହେଉଛି ନାଁ, ଖୁବଶୀଘ୍ର ହୋଇପାରେ ସମନ୍ Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.