ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି।
୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ।
୮୦ ଓ ୯୦ ଦଶକରେ ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା ବେଶ୍ ଲୋକପ୍ରିୟତା ପାଇଥିଲା।
The post ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର appeared first on OTV Khabar..
from OTV Khabar. https://ift.tt/36hXVJz
ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର Rajalaxmi Sahoo
Reviewed by SUBHENDU BARAL
on
September 29, 2020
Rating:
No comments: