
କନକ ବ୍ୟୁରୋ : ବଲିଉଡ୍ରେ ଡ୍ରଗ୍ସ ରାକେଟକୁ ନେଇ ନାର୍କୋଟିକ୍ ବ୍ୟୁରୋ ପକ୍ଷରୁ ବଡ଼ ଧରଣର ଖୋଳତାଡ଼ ଜାରି ରହିଛି । ଏଥିରେ ଅନେକ ଲୋକ୍ରପ୍ରିୟ କଳାକାରଙ୍କ ନାମ ସାମନାକୁ ଆସିଛି । କଳାକାରଙ୍କ ମଧ୍ୟରେ ବଲିଉଡ୍ ରାଣୀ ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର, ସାରା ଅଲ୍ଲୀଖାନ୍ ଏବଂ ରକୁଲ ପ୍ରୀତ୍ ସିଂହ । ସେମାନଙ୍କୁ ଏନସିବି ଖୁବଶୀଘ୍ର ସମନ୍ କରି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଆଜି ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସମନ୍ କରାଯାଇଥିଲା । କିନ୍ତୁ ସେ ୨୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ତାଙ୍କ ବୟାନକୁ ଭିତ୍ତି କରି ଦୀପିକାଙ୍କୁ ଡକାଯାଇପାରେ ବୋଲି ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବା ସମୟରେ ଡ୍ରଗ୍ସ କାରବାର ନେଇ ରିପୋର୍ଟ ମିଳିଥିଲା। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ବର୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଅଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ଓ ରିୟା ଭାଇ ସୌଭିକ୍ । ସେପ୍ଟେମ୍ବର ୬ରୁ ୯ ତାରିଖ ଭିତରେ ରିୟାଙ୍କୁ ଏନ୍ସିବି ଜେରା କରୁଥିବା ସମୟରେ ସେ ସାରା ଅଲ୍ଲୀଖାନ୍, ରକୁଲ ପ୍ରୀତ୍ ସିଂହ ଓ ଡିଜାଇନର୍ ସିମୋନ ଖମ୍ବାଟ୍ଟାଙ୍କ ନାମ କହିଥିଲେ। ତେବେ କିଏ କେଉଁ ମାମଲାରେ ଜଡ଼ିତ ସେ ନେଇ କିଛି ସ୍ପଷ୍ଟ ହୋଇନଥିବାରୁ ଏମାନଙ୍କୁ ଏନ୍ସିବି ପଚରାଉଚରା କରିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ‘ଛିଛୋରେ’ ଚଳଚ୍ଚିତ୍ରର ସଫଳତା ଖୁସି ମନାଇବାକୁ ଶ୍ରଦ୍ଧା କପୁର ସୁଶାନ୍ତଙ୍କ ଲୋନାଭଲା ଫାର୍ମହାଉସ୍ ଯାଇଥିଲେ, ଯେଉଁଠାରେ କି ଡ୍ରଗ୍ସ୍ ପାର୍ଟି ହୋଇଥାଏ। ସେଠାରେ କ’ଣ ହୋଇଥିଲଶ ତାହା ଜାଣିବାକୁ ଶ୍ରଦ୍ଧାଙ୍କୁ ସମନ୍ କରାଯିବ। ଅନ୍ୟପଟେ ଦୀପିକାଙ୍କୁ ବି ସମନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଡ୍ରଗ୍ସ୍ ମାମଲାରେ ପ୍ରକାଶ ପାଇଥିବା ୫ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର କେ, ଡି, ଏସ୍, ଏନ୍ ଓ ଜେ ଭିତରୁ ‘ଡି’ ହେଉଛନ୍ତି ଦୀପିକା ପାଦୁକୋଣ ବୋଲି ଜଣାପଡ଼ିଛି ।
from Kanak News https://ift.tt/362MdCq https://ift.tt/3kAAija
No comments: