କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକୁ ନିର୍ଦ୍ଦେଶ Rajalaxmi Sahoo

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାର ୫ଟି ସହରରେ ଥିବା ଘରୋଇ ହସ୍ପିଟାଲ୍‌ ଗୁଡ଼ିକରେ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ମହାନଗର ଯଥା- କଟକ, ଭୁବନେଶ୍ୱର ସମେତ ସମ୍ବଲପୁର, ବ୍ରହ୍ମପୁର ଏବଂ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲମାନଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। 

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଥିବା ଜେନେରାଲ୍‌ ବେଡ୍‌ର ୫୦% ଏବଂ ୮୦% ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହାସହ ମେଡ଼ିକାଲ୍‌କୁ ସମ୍ପୂର୍ଣ୍ଣ କୋଭିଡ୍ ହସ୍ପିଟାଲ୍ କରିବା ପାଇଁ ବିକଳ୍ପ ରଖିଛି ସ୍ୱାସ୍ଥ୍ୟ ବିଭାଗ। ଆବଶ୍ୟକ ପଡ଼ିଲେ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। 

The post କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକୁ ନିର୍ଦ୍ଦେଶ appeared first on OTV Khabar..



from OTV Khabar. https://ift.tt/33r2Hl3
କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକୁ ନିର୍ଦ୍ଦେଶ Rajalaxmi Sahoo କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକୁ ନିର୍ଦ୍ଦେଶ Rajalaxmi Sahoo Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.