ଅକ୍ଟୋବର ୧୧ରେ ଓୟୁଏଟି ୟୁଜି ପ୍ରବେଶିକା ପରୀକ୍ଷା : ରାଜ୍ୟର ୨୪ଟି ସହରରେ ହେବ ୯୦ ପରୀକ୍ଷା କେନ୍ଦ୍ର Kanak News

କନକ ବ୍ୟୁରୋ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, କୃଷି ଯାନ୍ତ୍ରିକ, ପ୍ରାଣୀ ଚିକିତ୍ସା ପରି ୯ଟି ମହାବିଦ୍ୟାଳୟର ସ୍ନାତକ ପ‌ାଠ୍ୟକ୍ରମରେ ନାମଲେଖା ପାଇଁ ୩୩ ହଜାର ୩୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ରାଜ୍ୟର ୨୪ଟି ସହରରେ ପ୍ରାୟ ୯୦ଟି ପରୀକ୍ଷା କେନ୍ଦ୍ର କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଜନା ହୋଇଛି। ମଙ୍ଗଳବାରଠାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଲଗ୍‌ଇନ୍‌ କରି ଫର୍ମ ‘ବି’ ପୂରଣ କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧ‌ା ଫର୍ମ ଦାଖଲ କରିପାରିବେ। ସେହିପରି ପିଜି ପାଠ୍ୟକ୍ରମର ଆବେଦନ ମଧ୍ୟ ୩୦ ତାରିଖରେ ଶେଷ ହେବ।



from Kanak News https://ift.tt/2ZCWXn6 https://ift.tt/3mnfOwc
ଅକ୍ଟୋବର ୧୧ରେ ଓୟୁଏଟି ୟୁଜି ପ୍ରବେଶିକା ପରୀକ୍ଷା : ରାଜ୍ୟର ୨୪ଟି ସହରରେ ହେବ ୯୦ ପରୀକ୍ଷା କେନ୍ଦ୍ର Kanak News ଅକ୍ଟୋବର ୧୧ରେ ଓୟୁଏଟି ୟୁଜି ପ୍ରବେଶିକା ପରୀକ୍ଷା : ରାଜ୍ୟର ୨୪ଟି ସହରରେ ହେବ ୯୦ ପରୀକ୍ଷା କେନ୍ଦ୍ର Kanak News Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.