ଭୁବନେଶ୍ୱର ୧୫।୦୯ : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ସ୍ତରରେ ଏକ ଅଦଳବଦଳ କରିଛନ୍ତି। କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍କ୍ୱାରୀରେ ଥିବା ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ସେହିଭଳି ସମ୍ବଲପୁର ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି ମିଳିଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି। ତାଙ୍କୁ କନ୍ଧମାଳ ଡିଆରଡିଏ ପିଡି ଭାବେ ବଦଳି କରାଯାଇଥିଲା। ସେହିଭଳି ଇସ୍ପାତ ଓ ଖଣି ବିଭାଗ ଯୁଗ୍ମ ସଚିବ ଶତୃଘ୍ନ କରଙ୍କୁ ମୟୂରଭଞ୍ଜ ଏଡିଏମ୍ ଭାବେ ବଦଳି କରାଯାଇଥିଲା ବେଳେ ତାଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି। ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଡିଆରଡିଏ ପିଡି ଭାବେ ମିଳିଛି ନିଯୁକ୍ତି । ଓଏଏସ୍ କୃଷ୍ଣପ୍ରସାଦ ପତି ଓ ମୋହନ ଚରଣ ଦାସଙ୍କ ବଦଳି ଆଦେଶକୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ବାତିଲ୍ କରିଛି ।
from Prameya News7 https://ift.tt/35CGSl2

No comments: