ଭୁବନେଶ୍ୱର: ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା(NEET) ହେବ। ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାରେ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୭ଟି ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି।
ଆଜି ଅପରାହ୍ଣ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ। ଏହାର ଅଢେଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କୁହାଯାଇଛି।
JEE Main ପରୀକ୍ଷା ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। National Testing Agency(NTA) ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଇଛି।
ପରୀକ୍ଷା କେନ୍ଦ୍ର ବାହାରେ ଓ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ରୁମ୍ରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା ହୋଇଛି। PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ Invigilator। ଛାତ୍ରଛାତ୍ରୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍କୁ ମହଜୁଦ ରଖାଯାଇଛି।
ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ମାଗଣା ଟ୍ରେନ୍ ସେବା ମିଳିଛି। ସେହିଭଳି ସହରରେ ୬ଟି ରହଣୀ କେନ୍ଦ୍ରରେ ରହିବା, ଖାଇବା ସହ ଯେପରି କରୋନା ସଂକ୍ରମଣ ନ ବ୍ୟାପେ ସେଥିଲାଗି, ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି।
The post ଆଜି NEET ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା appeared first on OTV Khabar..
from OTV Khabar. https://ift.tt/3bTCKhV
No comments: