ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସଂଘମିତ୍ରା ଶତପଥୀଙ୍କୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବଦଳି କରାଯାଇଛି। ଲୋକନାଥ ଦଳବେହେରାଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଥିବାବେଳେ ଶକ୍ତିକାନ୍ତ ରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), ଗୋପୀନାଥ କଅଁରଙ୍କୁ ଯାଜପୁର ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି କରାଯାଇଛି।
ସେହିପରି ବରିଷ୍ଠ ଓଏଏସ୍ ପୁରନ୍ଦର ଧରୁଆଁଙ୍କ ପୂର୍ବ ବଦଳିକୁ ବାତିଲ କରଯାଇ ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଓଏଏସ୍ ଶୁଭ୍ରା ମହାନ୍ତିଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ତାଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଓ ଓ ରେଣୁପ୍ରଭା ନାୟକଙ୍କ ବଦଳିକୁ ବାତିଲ କରି ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାକୁ ଆଜି ବିଜ୍ଞପ୍ତି ଜାରି ହୋଇଛି।
The post ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଦଳି appeared first on OTV Khabar..
from OTV Khabar. https://ift.tt/3coGhEX
No comments: