ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି ।
ସେହିପରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଭିତରେ ପରୀକ୍ଷା କରାଯିବ ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷାବିଭାଗ ଘୋଷଣା କରିଛି । ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଥିଲେ।
The post ଆଜିଠୁ ଯୁକ୍ତ ତିନି, ପିଜି ଶେଷ ସେମିଷ୍ଟର ପରୀକ୍ଷା appeared first on OTV Khabar..
from OTV Khabar. https://ift.tt/3iVtCvU
ଆଜିଠୁ ଯୁକ୍ତ ତିନି, ପିଜି ଶେଷ ସେମିଷ୍ଟର ପରୀକ୍ଷା Minati Mishra
Reviewed by SUBHENDU BARAL
on
September 21, 2020
Rating:
No comments: