ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ କେମିତି ଚାଲିବ ଗୃହ କାର୍ଯ୍ୟ ? ଏନେଇ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କୁ ସୂଚନା ଦେବା ସହ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।
ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆରମ୍ଭ ହେବେ ଅଧିବେଶନ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ ଏହାପରେ ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ।
ଅନ୍ୟଦିନରେ ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । ଆଜି ସକାଳ ୮ଟାରୁ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ରବିବାର ବି ଗୃହକାର୍ଯ୍ୟ ଚାଲିବ । ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି । ବିଧାୟକମାନେ ଆସନରେ ବସି ପ୍ରଶ୍ନ ପଚାରିବେ। ମନ୍ତ୍ରୀ ମଧ୍ୟ ଆସନରେ ବସି ଉତ୍ତର ଦେବେ। ତେବେ ପ୍ରଶ୍ନକାଳ ସମୟରେ ଗୃହରେ କଣ କାର୍ଯ୍ୟ କରାଯିବ ସେନେଇ ଅଧିବେଶନବେଳେ ଆଲୋଚନା ହେବ ।
The post ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ appeared first on OTV Khabar..
from OTV Khabar. https://ift.tt/3j5wzKi
No comments: