ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ Minati Mishra

ଭୁବନେଶ୍ୱର:ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି । ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଯେଉଁ କର୍ମଚାରୀମାନେ କଭରେଜ୍ ପାଇଁ ଯିବେ, ସେମାନଙ୍କ ନାଁ ଜଣାଇବାକୁ ହେବ । ସେହି ଅନୁସାରେ ପ୍ରତିନିଧିଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ସେହିପରି ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଜଣେ କ୍ୟାମେରାପର୍ସନ ଏବଂ ଜଣେ ଆସିଷ୍ଟାଣ୍ଟଙ୍କୁ ମିଶାଇ ୩ ଜଣ ଓ ପ୍ରିଣ୍ଟ ମିଡିଆରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ କଭରେଜ୍ ଲାଗି ଅନୁମତି ଦିଆଯିବ

ସେହିପରି ବିଧାନସଭାକୁ ୨୮ ତାରିଖରେ ଶେଷ ପର୍ଯ୍ୟାୟ ସାନିଟାଇଜ୍ କରାଯିବ। ଏହା ପରେ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

The post ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ appeared first on OTV Khabar..



from OTV Khabar. https://ift.tt/3kO98FJ
ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ Minati Mishra ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ Minati Mishra Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.