ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’ Minati Mishra

ଲଦାଖ: ଚୀନକୁ ଚେକ୍ ଦେବାପାଇଁ LACରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରିଥିବା ଭାରତୀୟ ସେନା ତାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିଛି। ପରିସ୍ଥିତିକୁ ଦେଖିବା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ଦୂରଗାମୀ ଲକ୍ଷ୍ୟ ଭେଦୀ କ୍ଷେପଣାସ୍ତ୍ର ନିର୍ଭୟ ମୁତୟନ କରାଯାଇଛି।

ଚୀନ ତା ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ଲକ୍ଷ୍ୟ ରଖିଛି। ନିର୍ଭୟ ମିସାଇଲ ୧ ହଜାର କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ନିର୍ଭୟ ଦ୍ୱାରା ଭାରତ ବେଶ ସହଜରେ ତିବ୍ବତରେ ଥିବା ଚୀନ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିପାରିବ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ହିଁ ମାଡ଼ କରାଯାଇ ପାରିବ।

ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ମିଟର ଓ ପ୍ରସ୍ଥ ୦.୫୨ ମିଟର । ଏହାର ଓଜନ ସର୍ବାଧିକ ୧୫ଶହ କେଜି । ନିର୍ଭୟ ମିସାଇଲକୁ DRDO ପ୍ରସ୍ତୁତ କରିଛି । ଏହାକୁ ଦୀର୍ଘ ୭ ବର୍ଷ ଧରି ପରୀକ୍ଷା କରାଯାଉଥିଲା । ହେଲେ କେବେହେଲେ ସୀମାରେ ମୁତୟନ କରାଯାଇ ନଥିଲା। ନିର୍ଭୟ ମିସାଇଲର ପ୍ରଥମ ପରୀକ୍ଷା ୨୦୧୩ ମାର୍ଚ୍ଚ ୧୨ରେ କରାଯାଇଥିଲା।

The post ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’ appeared first on OTV Khabar..



from OTV Khabar. https://ift.tt/33aUHFE
ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’ Minati Mishra ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’ Minati Mishra Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.