ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି Minati Mishra

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଆଜି ଶୁଣାଣି । ବମ୍ବେ ହାଇକୋର୍ଟ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି କରିବେ।

ଗତ ୨୩ ତାରିଖରେ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ଭାରି ବର୍ଷା କାରଣରୁ ଏହା ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୬ ଅକ୍ଟୋବର ଯାଏ ରିୟା ନ୍ୟାୟିକ ହେପାଜତରେ ରହିଛନ୍ତି । ପୂର୍ବରୁ ନିମ୍ନ ଅଦାଲତରେ ଦୁଇ ଦୁଇ ଥର ଜାମିନ ଆବେଦନ କରି ନିରାଶ ହୋଇଛନ୍ତି ଉଭୟ ରିୟା ଏବଂ ସୌଭିକ୍ ।

ଏହି ମାମଲାରେ ଜେରା ଜାରି ରହିଥିବାରୁ ଉଭୟଙ୍କୁ ବେଲ୍ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇ ଦେଇଥିଲେ। ଏବେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିୟା ।

The post ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି appeared first on OTV Khabar..



from OTV Khabar. https://ift.tt/36htjbk
ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି Minati Mishra ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି Minati Mishra Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.