ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ର ମଜା : ଡିସେମ୍ବର ୧ରୁ ଫେବ୍ରୁଆରି ୨୮ ଯାଏ ଚାଲିବ; କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ ହେବ, ପରିଚାଳନା ପାଇଁ ଏଜେନ୍ସିକୁ ଆହ୍ୱାନ Kanak News

କନକ ବ୍ୟୁରୋ : ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ପଞ୍ଚତାରକା ଟେଣ୍ଟ୍‌ରେ ବିତିବ ରାତି। ଜଳକ୍ରୀଡ଼ା ସାଙ୍ଗକୁ ନୃତ୍ୟ ଗୀତରେ ମଜିବେ ପର୍ଯ୍ୟଟକ। ତେବେ ଏଥର କେ‌ବଳ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ଏହି ମଜା ମିଳିବ ନାହିଁ, ବରଂ ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ଏହାର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟକଙ୍କୁ ରାଜ୍ୟକୁ ଆକର୍ଷିତ କରିବା ପାଇଁ ବିଭାଗ ପକ୍ଷରୁ ଏଭଳି ପରିକଳ୍ପନା କରାଯାଇଛି।

କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଗୁଜରାଟର ରନ୍‌ ମହୋତ୍ସବ ଢାଞ୍ଚାରେ ୨୦୧୯ ଡିସେମ୍ବର ୧୫ରୁ ଚଳିତ ବର୍ଷ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଆୟୋଜିତ ହୋଇଥିବା ବ‌େଳେ ଏହା ପର୍ଯ୍ୟଟକଟଙ୍କ ଦ୍ବାରା ଖୁବ୍‌ ଆଦୃତ ହୋଇଥିଲା। ତେଣୁ ଚଳିତବର୍ଷ ରାମଚଣ୍ଡୀ ବିଚ୍‌ ବ୍ୟତୀତ ନୟାଗଡ଼ ସାତକୋଶିଆର ବଡ଼ମୂଳ ସ୍ୟାଣ୍ଡ୍‌ବାର୍‌, କେନ୍ଦ୍ରାପଡ଼ା ଭିତରକନିକାର ନଳିତାପଟିଆ, କନ୍ଧମାଳ ଦାରିଙ୍ଗବାଡ଼ି, ସମ୍ବଲପୁରର ହୀରାକୁଦରେ ଇକୋ-ରିଟ୍ରିଟ୍‌ ଆୟୋଜନ କରାଯିବ। ଏହା ୩ ମାସ ଧରି ଚାଲିବ। ଡିସେମ୍ବର ୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଏହା ଆୟୋଜନ ନେଇ ପର୍ଯ୍ୟଟନ ବିଭାଗ ପରିକଳ୍ପନା କରିଛି। ଏନେଇ ବିଭାଗ ଅଭିଜ୍ଞ ଏଜେନ୍ସିକୁ ଦାୟିତ୍ବ ଦେବ।

ଏଜେନ୍ସି ଚୟନ ପରେ ସେମାନେ ନିର୍ଧାରିତ ସ୍ଥାନର ଉନ୍ନତୀକରଣ, ପରିଚାଳନା, ପ୍ରଚାରପ୍ରସାର, ମାର୍କେଟିଂ ଦାୟିତ୍ବ ବହନ କରିବେ। ତିନି ତାରକା ହୋଟେଲ୍‌ ସ୍ତରର ସେବା ଯୋଗାଇ ଦେବା ବାଧ୍ୟତାମୂଳକ ହେବ। କରୋନା ଏତେ ଶୀଘ୍ର ଟଳିବାର ଆଶା ନଥିବାରୁ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କରୋନା ଗାଇଡ୍‌ଲାଇନ୍‌ ଅନୁସରଣ କରାଯିବ। ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏସ୍‌ଓପି ପର୍ଯ୍ୟଟକଙ୍କ ରହଣି ସମୟରେ ପାଳନ କରିବା ବାଧ୍ୟତାମୂଳକ ହେବ। କୋଭିଡ୍‌ -୧୯ ପରିଚାଳନା ପାଇଁ ତାଲିମ୍‌ ନେଇଥିବା କର୍ମକର୍ତାଙ୍କୁ ଅପରେଟର୍‌ ତଥା ଏଜେନ୍ସିମାନେ ନିୟୋଜିତ କରିବେ। ଜରୁରୀକାଳୀନ ଗାଡ଼ି, ଡାକ୍ତରୀ ସୁବିଧା, ପୃଥକବାସ ଘର, ରାପିଡ୍‌ ଟେଷ୍ଟିଂ ସୁବିଧା ସମ୍ପୃକ୍ତ ଇକୋ-ରିଟ୍ରିଟ୍‌ ସ୍ଥଳ‌ରେ ଯୋଗାଇ ଦିଆଯିବ। କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌ରେ ପ୍ରେସିଡେନ୍ସିଆଲ କଟେଜ୍ ୧୦ଟି, ପ୍ରିମିୟମ ସ୍ବିସ୍‌ କ‌ଟେଜ୍‌ ୩୦ଟି, ଡିଲକ୍ସ ସ୍ବିସ୍‌ କଟେଜ୍‌ ୩୦ଟି କରାଯିବ।

ଏହାବ୍ୟତୀତ ମାଉଣ୍ଟେନ୍‌ ବାଇକ୍‌ସ, ବିଚ୍‌ ଭଲିବଲ୍‌, ଜେଟ୍‌ ସ୍କାଏ, ବାନାନା ରାଇଡ୍‌ସ, ସ୍ପିଡ୍‌ ବୋଟ୍‌ସ, ରିଙ୍ଗ୍‌ ପାରାସେଲିଙ୍ଗ, ୱାଚ୍‌ ଟାୱାର୍‌ ଆଦି ରହିବ। ତେବେ ଅନ୍ୟ ସ୍ଥାନରେ ୩ସ୍ତରର ଟେଣ୍ଟ୍‌ ସୁବିଧା ମିଳିବ ନାହିଁ। ବଡ଼ମୂଳ, ଭିତରକନିକା ନଳିତାପଟିଆ ଓ କନ୍ଧମାଳ ଦାରିଙ୍ଗବାଡ଼ିରେ କେବଳ ୨୫ଟି ଲେଖାଏଁ ଡିଲକ୍ସ ସ୍ବିସ୍‌ କଟେଜ୍‌ ରହିବ। ହୀରାକୁଦରେ ୨୫ଟି ପ୍ରିମିୟମ ସ୍ବିଟ୍‌ କଟେଜ୍‌ର ବ୍ୟବସ୍ଥା କରାଯିବ। ସେଠାରେ ରାଇଫଲ୍‌ ସୁଟିଂ, ଆର୍ଚେରି, ମାଉଣ୍ଟେନ୍‌ ବାଇକ୍ସ, ବିଚ୍‌ ଭଲିଭଲ୍‌, ବାନାନା ରାଇଡ୍‌ସ, ଜେଟ୍‌ ସ୍କାଏ, ସ୍ପିଡ୍‌ ବୋଟ୍‌ସର ସୁବିଧା ଉପଲବ୍ଧ ହେବ।



from Kanak News https://ift.tt/3iKBRea https://ift.tt/3hInZiY
ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ର ମଜା : ଡିସେମ୍ବର ୧ରୁ ଫେବ୍ରୁଆରି ୨୮ ଯାଏ ଚାଲିବ; କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ ହେବ, ପରିଚାଳନା ପାଇଁ ଏଜେନ୍ସିକୁ ଆହ୍ୱାନ Kanak News ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ର ମଜା : ଡିସେମ୍ବର ୧ରୁ ଫେବ୍ରୁଆରି ୨୮ ଯାଏ ଚାଲିବ; କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ ହେବ, ପରିଚାଳନା ପାଇଁ ଏଜେନ୍ସିକୁ ଆହ୍ୱାନ Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.