କଟକ ବଡ଼ ମେଡ଼ିକାଲ ପରିସରରୁ ଆସିଲା ଭୋକର ବିକଳ ଚିତ୍ର: ଅଳିଆ ଗଦାରୁ ଖାଦ୍ୟ ଗୋଟାଉଛନ୍ତି ମାନସିକ ରୋଗୀ; ସଂକ୍ରମଣ ଭୟ ଭିତରେ ଚିନ୍ତା ବଢ଼ାଇଲା ଅଭାବନୀୟ ଦୃଶ୍ୟ Kanak News

କନକ ବ୍ୟୁରୋ: ଅଳିଆ ଗଦାରୁ ଖାଦ୍ୟ ଗୋଟାଇବା ଭଳି ଏକ ଅଭାନୀୟ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଘଟଣାଟି ଘଟିଛି କଟକ ବଡ଼ ମେଡ଼ିକାଲ ପରିସରରେ । ନିଦାନ ଓ ଆସୁଚିକିତ୍ସା କେନ୍ଦ୍ର ସମ୍ମୁଖରେ ଗଦା ହୋଇଥିବା ବର୍ଯ୍ୟବସ୍ତୁରୁ ଜଣେ ବ୍ୟକ୍ତି ଖାଦ୍ୟ ଗୋଡାଇ ଖାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଭଲ ନାହିଁ ।

ତେବେ ପ୍ରଶ୍ନ ହେଉଛି ଏହି ବ୍ୟକ୍ତି ଜଣକ ମେଡ଼ିକାଲ ପରିସରକୁ ଆସିଲେ କେଉଁଠୁ? ଏବଂ ଏଭଳି ଅବସ୍ଥାରେ ଥିଲେ ସୁଦ୍ଧା କାହାରୀ ନଜର କେମିତି ଗଲାନି? ବର୍ତମାନ କରୋନା ସମୟରେ ହସ୍ପିଟାଲ ପରିସରରେ ଥିବା ଅଳିଆ ଗଦାରୁ ପରିତ୍ୟକ୍ତ ସାମଗ୍ରୀ ଗୋଡାଇବା କେତେ ଭୟଙ୍କର ହୋଇପାରେ ତାହା ଯେ କେହି ବି ଅନୁମାନ କରିପାରିବ । କାରଣ ବର୍ତମାନ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି ।



from Kanak News https://ift.tt/2S6BOgN https://ift.tt/2GiiGK1
କଟକ ବଡ଼ ମେଡ଼ିକାଲ ପରିସରରୁ ଆସିଲା ଭୋକର ବିକଳ ଚିତ୍ର: ଅଳିଆ ଗଦାରୁ ଖାଦ୍ୟ ଗୋଟାଉଛନ୍ତି ମାନସିକ ରୋଗୀ; ସଂକ୍ରମଣ ଭୟ ଭିତରେ ଚିନ୍ତା ବଢ଼ାଇଲା ଅଭାବନୀୟ ଦୃଶ୍ୟ Kanak News କଟକ ବଡ଼ ମେଡ଼ିକାଲ ପରିସରରୁ ଆସିଲା ଭୋକର ବିକଳ ଚିତ୍ର: ଅଳିଆ ଗଦାରୁ ଖାଦ୍ୟ ଗୋଟାଉଛନ୍ତି ମାନସିକ ରୋଗୀ; ସଂକ୍ରମଣ ଭୟ ଭିତରେ ଚିନ୍ତା ବଢ଼ାଇଲା ଅଭାବନୀୟ ଦୃଶ୍ୟ Kanak News Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.