ଘରେ ପଶିଥିବା ଯୁବକଙ୍କୁ ଅକଥନୀୟ ଯାତନା: ଉଲଗ୍ନ କରି ଗାଁ ଦାଣ୍ଡରେ ବାଡେଇଲେ ଗାଁ ଲୋକେ; ବାଲେଶ୍ୱର ବାଲିଆପାଳରୁ ଆସିଲା କଙ୍ଗାରୁ କୋର୍ଟର ଅଭାବନୀୟ ଚିତ୍ର Kanak News

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଯୁବକଙ୍କୁ ଗାଁ ଲୋକେ କାବୁ କରି ଉତମ ମଧ୍ୟମ ଦେବା ପରେ ତା ଶରୀରରେ ଇଟା ଝୁଲାଇଦେବା ଚିତ୍ର ଚର୍ଚାର ବିଷୟ ହୋଇଛି ।
ଖବର ଅନୁସାରେ, ଚୌମୁଖୀ ଗାଁର ଜଣେ ବ୍ୟକ୍ତି ସେହି ଗାଁର ଅନ୍ୟ ଜଣକ ଘରେ କେହି ପୁରୁଷ ଲୋକ ନଥିବାବେଳେ ପଶିଯାଇଥିଲେ । ତେବେ କୌଣସି ସୁତ୍ରରୁ ଖବର ପାଇ ଗାଁ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ମାଡ ମାରିବା ସହ ତାଙ୍କ ଶରୀରରେ ଇଟା ଝୁଲାଇଦେଇଥିଲେ । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି, ଗାଁ ଲୋକେ ପୁଲିସକୁ ନଜଣାଇ ଆଇନକୁ ହାତକୁ ନେଲେ କିପରି ?
from Kanak News https://ift.tt/3cE20c1 https://ift.tt/348RINg
ଘରେ ପଶିଥିବା ଯୁବକଙ୍କୁ ଅକଥନୀୟ ଯାତନା: ଉଲଗ୍ନ କରି ଗାଁ ଦାଣ୍ଡରେ ବାଡେଇଲେ ଗାଁ ଲୋକେ; ବାଲେଶ୍ୱର ବାଲିଆପାଳରୁ ଆସିଲା କଙ୍ଗାରୁ କୋର୍ଟର ଅଭାବନୀୟ ଚିତ୍ର Kanak News
Reviewed by SUBHENDU BARAL
on
September 27, 2020
Rating:

No comments: