ଅକ୍ଟୋବର, ନଭେମ୍ବରରେ ୟୁରୋପ୍ ସ୍ଥିତି ସାଂଘାତିକ ହେବ: ‘ହୁ’ : ବିଶ୍ୱରେ ଦିନକରେ ୩ ଲକ୍ଷ ୮ ହଜାର ଆକ୍ରାନ୍ତ Kanak News

କନକ ବ୍ୟୁରୋ : ବିଶ୍ୱରେ କରୋନା ସଂକ୍ରମଣ ନୂଆ ରେକର୍ଡ କରିଛି। ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୭ ହଜାର ୯୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସୋମବାର ସକାଳ ସୁଦ୍ଧା ବିଶ୍ୱରେ ମୋଟ୍ ୨ କୋଟି ୮୮ ଲକ୍ଷ ୯୧ ହଜାର ୬୭୬ ସଂକ୍ରମଣ ମାମଲା ରହିଥିଲା ଏବଂ ୯ ଲକ୍ଷ ୨୨ ହଜାର ୪୪୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ୟୁରୋପରେ ଅତି ଜଟିଳ ସ୍ଥିତି ଉପୁଜିବ ଏବଂ ଅଧିକ କରୋନା ମୃତ୍ୟୁ ହେବ ବୋଲି (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ‘ହୁ’ ୟୁରୋପ୍ ନିର୍ଦ୍ଦେଶକ ହାନ୍ କ୍ଲୁଗ୍ କହିଛି।
ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍ରେ ହଠାତ୍ ସଂକ୍ରମଣ ବଢ଼ିଯାଇଛି। ବିଶେଷ କରି ସ୍ପେନ୍ ଏବଂ ଫ୍ରାନ୍ସରେ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ବଢ଼ିଛି। କେବଳ ଶୁକ୍ରବାର ଦିନ ୫୫ଟି ଦେଶରେ ୫୧ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ‘ହୁ’ ପକ୍ଷରୁ କୁହାଯାଇଛି। ଏବେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।
from Kanak News https://ift.tt/2ZDNcVJ https://ift.tt/2O7QlqH
ଅକ୍ଟୋବର, ନଭେମ୍ବରରେ ୟୁରୋପ୍ ସ୍ଥିତି ସାଂଘାତିକ ହେବ: ‘ହୁ’ : ବିଶ୍ୱରେ ଦିନକରେ ୩ ଲକ୍ଷ ୮ ହଜାର ଆକ୍ରାନ୍ତ Kanak News
Reviewed by SUBHENDU BARAL
on
September 14, 2020
Rating:
No comments: