କେକେଆର୍- ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କଡା ଟକ୍କର । ଆଇପିଏଲ ମହାଲଢେଇରେ ଆଜି ଅଭିଯାନ ଆରମ୍ଭ କରିବ କେକେଆର୍ Kanak News

କନକ ବ୍ୟୁରୋ: ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଜି ତା‘ର ଆଇପିଏଲ୍-୧୩ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କ ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଯାଇଥିବା ମୁମ୍ବାଇର ଏହା କିନ୍ତୁ ଦ୍ବିତୀୟ ମ୍ୟାଚ୍ ହେବ। କେକେଆର୍ କିନ୍ତୁ ପ୍ରଥମ ମୁକାବିଲା ପାଇଁ ଓହ୍ଲାଇବ। ସେଥିପାଇଁ ଏହି ଦଳ ବିଜୟରୁ ଖାତା ଖୋଲିବା ଲକ୍ଷ୍ୟ ନେଇ ଖେଳିବ। ଅନ୍ୟପକ୍ଷରେ ମୁମ୍ବାଇ ଲଗାତାର ଦ୍ବିତୀୟ ପରାଜୟ ଏଡ଼ାଇବାକୁ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିବ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କେକେଆର୍ର ପ୍ରଦର୍ଶନ କିନ୍ତୁ ବହୁତ ଖରାପ ରହିଛି। ଉଭୟ ଦଳ ଆଇପିଏଲରେ ପରସ୍ପର ବିପକ୍ଷରେ ୨୫ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୯ ମ୍ୟାଚ୍ ଜିତିଥିଲା ବେଳେ କେକେଆର୍ ମାତ୍ର ୬ ମ୍ୟାଚ୍ରେ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ହୋଇଥିବା ଗତ ୫ ମୁକାବିଲାରେ ବି ମୁମ୍ବାଇ ଢେର ଆଗରେ ରହିଛି। ସେଥିମଧ୍ୟରୁ ମୁମ୍ବାଇ ଚାରିଟି ଜିତିଥିଲା ବେଳେ କେକେଆର୍ ଗୋଟିଏ ସାନ୍ତ୍ବନାମୂଳକ ବିଜୟ ପାଇଛି। କେକେଆର୍ ପାଇଁ ଭଲ କଥା ହେଲା ୨୦୧୪ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ସପ୍ତମ ସଂସ୍କରଣରେ ହିଁ ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ଓ ଶେଷ ଥର ପାଇଁ ଗୋଟିଏ ଋତୁରେ ଦୁଇ ଥର ହରାଇଥିଲା। ଚଳିତ ସଂସ୍କରଣ ସେହି ୟୁଏଇରେ ହେଉଥିବାରୁ କେକେଆର୍ ୬ ବର୍ଷ ତଳର ସେହି ସଫଳତା ଦୋହରାଇବା ଆଶାରେ ରହିଛି।
ତେବେ କାର୍ତ୍ତିକଙ୍କ ପାଇଁ ଏହା ସେତେଟା ସହଜ ହେଲା ଭଳି ମନେ ହେଉନାର୍ହି। ଅବଶ୍ୟ ଚଳିତବର୍ଷ କେକେଆର୍ ପାଖରେ ଅନେକ ପ୍ରତିଭାବାନ ଦେଶୀ ଓ ବିଦେଶୀ ଖେଳାଳି ଅଛନ୍ତି। ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକଲମ୍ ଦଳର ଦ୍ରୁତ ବୋଲିଂ ବାହିନୀକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କୁଲଦୀପ ଯାଦବଙ୍କ ରୂପରେ ଜଣେ ଦକ୍ଷ ସ୍ପିନର ମଧ୍ୟ କେକେଆର୍ ପାଖରେ ଅଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେହିଭଳି ଦଳର ମଧ୍ୟକ୍ରମ ମଧ୍ୟ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲା। ଏଣୁ ଏହି ଦୋଷ ଦୁର୍ବଳତାକୁ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍ ବିପକ୍ଷରେ ଦୂର କରିବାକୁ ନିଶ୍ଚିତ ଚେଷ୍ଟା କରିବ। ସବୁକିଛି କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ନିର୍ଭର କରିବ। ପାଣ୍ଡ୍ୟା ଭାଇ ହାର୍ଦିକ ଓ କ୍ରୁନାଲ ଉଦଘାଟନୀରେ କିଛି କରିପାରିନଥିଲେ। କେକେଆର୍ ବିପକ୍ଷରେ ସେମାନଙ୍କ ବ୍ୟାଟ୍ କଥା କହିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଅନ୍ମୋଲପ୍ରୀତ୍ ସିଂହ, ଅନକୂଳ ରୟ, ସେର୍ଫାନେ ରଦରଫୋର୍ଡ, ସୂର୍ୟ୍ୟକୁମାର ଯାଦବ, କ୍ରିସ୍ ଲିନ୍, ସୌରଭ ତିୱାରୀ, ଆଦିତ୍ୟ ତାରେ, ଇଶାନ୍ କୃଷ୍ଣନ୍, କ୍ବିଣ୍ଟନ ଡି’କକ୍, ହାର୍ଦିକ୍ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଦିଗ୍ବିଜୟ ଦେଶମୁଖ, ପ୍ରିନ୍ସ ବଲ୍ୱନ୍ତ ରାୟ ସିଂହ, ଧବଲ କୁଲ୍କର୍ଣ୍ଣି, ଯଶ୍ପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, ଜେମ୍ସ ପାଟ୍ଟିନ୍ସନ୍, ମିଚେଲ ମ୍ୟାକ୍ଲିନାଘାନ, ଟ୍ରେଣ୍ଟ୍ ବୋଲ୍ଟ, ନାଥନ୍ କୁଲ୍ଟର ନାଇଲ୍ ଓ ମୋହସିନ ଖାନ୍।
କୋଲକାତା ନାଇଟ୍ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ଶିଭମ ମାଭି, ସନ୍ଦୀପ ୱାରିୟର, କୁଲଦୀପ ଯାଦବ, ଇଅନ ମୋର୍ଗାନ, ପ୍ୟାଟ୍ କମିନ୍ସ, ସୁନିଲ ନରିନ, ନିଖିଳ ନାୟର, ଏମ୍ ସିଦ୍ଧାର୍ଥ, ଆନ୍ଦ୍ରେ ରସେଲ, ଲୋକି ଫର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁବମନ ଗିଲ, ନିତୀଶ ରାଣା, ସିଦ୍ଦେଶ ଲାଡ୍, କମଲେଶ ନାଗରକୋଟି, ଟମ୍ ବଣ୍ଟନ, କ୍ରିସ୍ ଗ୍ରିନ୍, ଅଲ୍ଲୀ ଖାନ୍, ରାହୁଲ ତ୍ରିପାଠୀ।
from Kanak News https://ift.tt/35YPlzf https://ift.tt/32MXnt0
No comments: