
କନକ ବ୍ୟୁରୋ : ବି.ଟେକ୍ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଅକ୍ଟୋବରରେ ହେବାକୁ ଥିବା ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ରେ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଛି। କୌଣସି କାରଣ ଲାଗି ଯେଉଁ ଛାତ୍ରଛାତ୍ରୀ ଆବେଦନ କରିପାରି ନ ଥିବେ, ସେମାନେ ସେପ୍ଟେମ୍ବର ୨୩ ତାରିଖ ତଥା ଆଜି ରାତି ୧୧ଟା ୫୯ ମିନିଟ୍ ସୁଦ୍ଧା ଆବେଦନ କରିବା ସହ ୨୪ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଫି’ ଦାଖଲ କରିପାରିବେ।
ଓଜେଇଇ ୱେବସାଇଟ୍ www.ojee.nic.in/www.odishajee.com ମାଧ୍ୟମରେ ଆଗ୍ରହୀ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ତେବେ ସ୍ପଷ୍ଟ କରାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଛନ୍ତି, ସେମାନଙ୍କୁ ପ୍ରାଥମିକତା ଦିଆଯିବ। ବି.ଟେକ୍ ପାଠ୍ୟକ୍ରମରେ ନାମଲେଖା ଲାଗି ସେମାନଙ୍କୁ ଆଉଥରେ ଓଜେଇଇ ପାଇଁ ଆବେଦନ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
from Kanak News https://ift.tt/35YPdQh https://ift.tt/2RTQnUM
ଓଜେଇଇ ପାଇଁ ଆଜି ଶେଷ ସୁଯୋଗ : ରାତି ୧୧ଟା ୫୯ ପର୍ଯ୍ୟନ୍ତ ଆବେଦନ କରିହେବ Kanak News
Reviewed by SUBHENDU BARAL
on
September 22, 2020
Rating:
No comments: