ଆପଣ ଖାଉଥିବା ସବୁ ପାନ ମସଲା ଅସଲି ନୁହେଁ । ବଜାରକୁ ଏବେ ବି ଆସୁଛି ନକଲି ପାନ ମସଲା, ରାଜଧାନୀ ଉପକଣ୍ଠରେ ନକଲି ପାନ ମସଲା କାରଖାନା ଠାବ କଲା ଏସଟିଏଫ୍ । Kanak News

କନକ ବ୍ୟୁରୋ : ଠାବ ହେଲା ନକଲି ପାନ ମସଲା କାରଖାନା । ବାଲିପାଟଣା ଅନ୍ତର୍ଗତ ଜାହାଙ୍ଗୀରପାଟଣା ଗାଁରେ ନକଲି ପାନ ମସଲାର ଏକ ମିନି କାରଖାନାକୁ ଠାବ କରାଯାଇଛି। ସ୍ପେସାଲ୍‌ ଟାକ୍ସ ଫୋର୍ସ, ଲକ୍ଷ୍ମୀଧର ସାହୁଙ୍କ ଘରେ ଚାଲିଥିବା ଏହି କାରଖାନାକୁ ଜବତ କରିଛି। କାରଖାନା ମାଲିକ ଲକ୍ଷ୍ମୀଧର ଘରୁ ଲକ୍ଷାଧିକ ଟଙ୍କାର ନକଲି ମସଲା ଓ ପ୍ୟାକିଂ ଯନ୍ତ୍ରାଂଶ ଜବତ କରାଯାଇଛି। ଏସଟିଏଫ୍‌ ଅଭିଯୁକ୍ତ ଲକ୍ଷ୍ମୀଧରକୁ ବାଲିପାଟଣା ପୁଲିସ ହେପାଜତରେ ଛାଡ଼ିଛି ଓ ଆସନ୍ତକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଭୁବନେଶ୍ୱର ସ୍ପେସାଲ୍‌ ଟାସ୍କଫୋର୍ସ ଡିଏସପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ଜାହାଙ୍ଗୀରପାଟଣାରେ ଲକ୍ଷ୍ମୀଧର ଘରେ ଚଢ଼ଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି ପାନ ମସଲା, ମସଲାରେ ବ୍ୟବହାର ହେଉଥିବା ଧୂଆଁପତ୍ର, ବିଭିନ୍ନ ପାନ ମସଲା ବ୍ରାଣ୍ଡର ଡବା ଓ ପ୍ୟାକିଂ ମେସିନ୍ ଜବତ କରାଯାଇଥିଲା। ଅଭିଯୁକ୍ତ ଲକ୍ଷ୍ମୀଧର ନିଜ ଘରେ ନକଲି ମସଲା ପ୍ରସ୍ତୁତ କରିବା ପରେ ବିଭିନ୍ନ ବ୍ରାଣ୍ଡର ଡବାରେ ଭର୍ତ୍ତି କରି ବଜାରକୁ ଛାଡ଼ୁଥିଲା। ସେ ଦୀର୍ଘ ଦିନ ହେଲା ଏହି କାରବାର ଚଳାଇ ଆସୁଥିଲା। ଲକ୍ଷ୍ମୀଧରର ଏହି କଳା କାରବାରର ଅଧିକ ତଦନ୍ତ ଜାରି ରହିଛି।



from Kanak News https://ift.tt/3jgIwwT https://ift.tt/3n2yphs
ଆପଣ ଖାଉଥିବା ସବୁ ପାନ ମସଲା ଅସଲି ନୁହେଁ । ବଜାରକୁ ଏବେ ବି ଆସୁଛି ନକଲି ପାନ ମସଲା, ରାଜଧାନୀ ଉପକଣ୍ଠରେ ନକଲି ପାନ ମସଲା କାରଖାନା ଠାବ କଲା ଏସଟିଏଫ୍ । Kanak News ଆପଣ ଖାଉଥିବା ସବୁ ପାନ ମସଲା ଅସଲି ନୁହେଁ । ବଜାରକୁ ଏବେ ବି ଆସୁଛି ନକଲି ପାନ ମସଲା, ରାଜଧାନୀ ଉପକଣ୍ଠରେ ନକଲି ପାନ ମସଲା କାରଖାନା ଠାବ କଲା ଏସଟିଏଫ୍ । Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.