
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ନିକଟସ୍ଥ ତଲାସି˚ ଗ୍ରାମର ଧାନ କ୍ଷେତରୁ ଉଦ୍ଧାର ମଗର କୁମ୍ଭୀରଙ୍କୁ ବାଇକ୍ରେ ନେଇ ଘୋଡ଼ାହାଡ଼ ଡ୍ୟାମ୍ରେ ଛାଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି ତ୍ରୁଟି ପାଇଁ ଦିଗପହଣ୍ତି ଡେପୁଟି ରେଞ୍ଜର୍ ପ୍ରମୋଦ ଖଡଗ୍ରାୟ, ଫରେଷ୍ଟର ସୀତାରାମ ପାତ୍ର ଓ ଫରେଷ୍ଟ ଗାର୍ଡ ରାଜେଶ୍ବର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ଦିଗପହଣ୍ତି ବ୍ଲକ୍ କଇଠଖଣ୍ତି ପଞ୍ଚାୟତ ଅର୍ନ୍ତଗତ ତଲାସି˚ ଗ୍ରାମର ଧାନ କ୍ଷେତରୁ ଗୁରୁବାର ସନ୍ଧ୍ୟାରେ ଏକ ମଗର କୁମ୍ଭୀର ଉଦ୍ଧାର ହୋଇଥିଲା। ତେବେ ବନବିଭାଗ ଟିମ୍ ଉପସ୍ଥିତ ରହିଥିଲେ ହେଁ ଗ୍ରାମବାସୀମାନେ ହିଁ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏହାପରେ କୁମ୍ଭୀରକୁ ବନ ବିଭାଗର ଜଣେ କର୍ମଚାରୀ(ପାରା ଫେରଷ୍ଟ ଷ୍ଟାଫ୍) ଓ ଜଣେ ସ୍ଥାନୀୟ ଗ୍ରାମବାସୀ ଏକ ବାଇକ୍ରେ ନେଇ ଘୋଡ଼ାହାଡ଼ ଡ୍ୟାମ୍ରେ ଛାଡ଼ିଥିଲେ। କୁମ୍ଭୀର ମୁହଁକୁ ଏକ ଆଖାରେ ବାନ୍ଧି ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ବ୍ରହ୍ମପୁର ବନମଣ୍ତଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିଗପହଣ୍ତି ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼୍ଗରାୟ, ଫରେଷ୍ଟର(ବନପାଳ) ସୀତାରାମ ପାତ୍ର ଓ ଫରେଷ୍ଟ ଗାର୍ଡ଼(ବନରକ୍ଷୀ) ରାଜେଶ୍ବର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
from Kanak News https://ift.tt/3mo9hRO https://ift.tt/2H4XBU9
No comments: