ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ: ପ୍ରଥମ ଦିନରେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥରେ ବୃକ୍ଷରୋପଣ କଲେ ଦଳୀୟ କର୍ମକର୍ତ୍ତା; ସେପ୍ଟେମ୍ବର ୨୦ ତାରିଖ ଯାଏ ଚାଲିବ Kanak News

କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିନ ପାଳନ ହେବ। ଏଥିପାଇଁ ଗତକାଲିଠାରୁ ରାଜ୍ୟରେ ବିଜେପି ପକ୍ଷରୁ ସେବା ସପ୍ତାହ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ  ଚାଲିବ। ପ୍ରଥମ ଦିନରେ ଦଳୀୟ କର୍ମକର୍ତ୍ତାମାନେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିଛନ୍ତି।

ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୂରୀ, ନୟାଗଡ଼, ଖୋର୍ଦ୍ଧା, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ବ୍ୟାପକ ଚାରା ରୋପଣ କାର୍ଯ୍ୟ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ବାନକ୍ରମେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନପ୍ରତିନିଧି, ଦଳର କର୍ମକର୍ତ୍ତା କୋଭିଡ୍ ନିୟମ ପାଳନ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।



from Kanak News https://ift.tt/2ZAVei2 https://ift.tt/32xu2CV
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ: ପ୍ରଥମ ଦିନରେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥରେ ବୃକ୍ଷରୋପଣ କଲେ ଦଳୀୟ କର୍ମକର୍ତ୍ତା; ସେପ୍ଟେମ୍ବର ୨୦ ତାରିଖ ଯାଏ ଚାଲିବ Kanak News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ: ପ୍ରଥମ ଦିନରେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥରେ ବୃକ୍ଷରୋପଣ କଲେ ଦଳୀୟ କର୍ମକର୍ତ୍ତା; ସେପ୍ଟେମ୍ବର ୨୦ ତାରିଖ ଯାଏ ଚାଲିବ Kanak News Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.