ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଚାରପତିଙ୍କ ପାଇଁ ହେଲା ସ୍ୱତନ୍ତ୍ର କୋଭିଡ ସେଂଟର Kanak News

କନକ ବ୍ୟୁରୋ : କଟକରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି କରୋନା। ପ୍ରତିଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏଭଳି ସ୍ଥିତିରେ ବିଚାରପତି ଓ ବିଚାରବିଭାଗୀୟ ଅଧିକାରୀମାନେ ମଧ୍ୟ ସଂକ୍ରମିତ ହେଉଥିବାରୁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ସିଏମ୍‌ସି ପକ୍ଷରୁ ୧୫ ବେଡ୍‌ ବିଶିଷ୍ଟ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ଜୁଡିସିଆଲ ଗେଷ୍ଟ ହାଉସରେ ଏହି କୋଭିଡ଼ କେୟାର ସେଣ୍ଟର ଆରମ୍ଭ ହେବ।

ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦୁଇଟି ସମୟରେ ସେଠାକୁ ପରିଦର୍ଶନରେ ଯିବେ। ସେଠାରେ ସ୍ଵତନ୍ତ୍ର କର୍ମଚାରୀ ରହିଥିବାବେଳେ ସିଏମ୍‌ସି ପକ୍ଷରୁ ମଧ୍ୟ କର୍ମଚାରୀଙ୍କୁ ସେଠାରେ ନିୟୋଜନ କରାଯିବ। ବେଡ୍‌ ବ୍ୟବସ୍ଥା ସରିଥିବାବେଳେ ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।



from Kanak News https://ift.tt/349G4lB https://ift.tt/3hVKq4A
ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଚାରପତିଙ୍କ ପାଇଁ ହେଲା ସ୍ୱତନ୍ତ୍ର କୋଭିଡ ସେଂଟର Kanak News ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଚାରପତିଙ୍କ ପାଇଁ ହେଲା ସ୍ୱତନ୍ତ୍ର କୋଭିଡ ସେଂଟର Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.