କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ । ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ୬୫ ବର୍ଷ ବୟସରେ ମୃତ୍ୟୁ : କୌଣସି କେନ୍ଦ୍ରମନ୍ତ୍ରୀଙ୍କର  କରୋନାରେ ପରଲୋକ ହେବା ପ୍ରଥମ ଘଟଣା Kanak News

କନକ ବ୍ୟୁରୋ : କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର  କରୋନାରେ ପରଲୋକ ହୋଇଯାଇଛି ।  ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । କରୋନାରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ ହେବା ଏହାପ୍ରଥମ ଘଟଣା । କେନ୍ଦ୍ରମନ୍ତ୍ରୀ ଅଙ୍ଗଡି ସେପେଟମ୍ବର ୧୧ରେ  କରୋନା ସଂକ୍ରମିତ ହୋଇଥିଲେ ।  ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା ।  ଅଙ୍ଗଡି  ୧୯୫୫ରେ କର୍ଣ୍ଣାଟକର  ବେଲଗାଁଓ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ସେ ୨୦୦୪, ୨୦୦୯,୨୦୧୪ ଓ ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ନିର୍ବାଚିତ ହେବା ପରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ସୁରେଶ ଅଙ୍ଗଡି କରୋନାରେ ପ୍ରାଣ ହରାଇବାରେ  କର୍ଣ୍ଣାଟକର ହେଉଛନ୍ତି ଦ୍ୱିତୀୟ ସାଂସଦ । ଏହାପୂର୍ବରୁ ରାଜ୍ୟସଭା ସାଂସଦ ଅଶୋକ ଗସ୍ତିଙ୍କ ବି କରୋନାରେ ପରଲୋକ ହୋଇଥିଲା । ସୁରେଶଙ୍କ ପରଲୋକରେ  ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି ।



from Kanak News https://ift.tt/35YKuy9 https://ift.tt/2RVFYYO
କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ । ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ୬୫ ବର୍ଷ ବୟସରେ ମୃତ୍ୟୁ : କୌଣସି କେନ୍ଦ୍ରମନ୍ତ୍ରୀଙ୍କର  କରୋନାରେ ପରଲୋକ ହେବା ପ୍ରଥମ ଘଟଣା Kanak News କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ । ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ୬୫ ବର୍ଷ ବୟସରେ ମୃତ୍ୟୁ : କୌଣସି କେନ୍ଦ୍ରମନ୍ତ୍ରୀଙ୍କର  କରୋନାରେ ପରଲୋକ ହେବା ପ୍ରଥମ ଘଟଣା Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.