ବିରିନ୍ଦାପଡ଼ାର ଦୁଃଖ କାଳିପେନୁ : ପାର ହେବାକୁ ତାର, ବାଉଁଶ ଭାରା Kanak News

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ଯୋଗାଯୋଗ ସୁଗମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତପାଆନ୍ତାରେ ରହିଛି ଗୋଟିଏ ପରେ ଗୋଟିଏ ଯୋଜନା। ସବୁ ଗାଁକୁ ପକ୍କା ଓ ନଦୀବନ୍ଧ ଉପରେ ସେତୁ ନିର୍ମାଣ ପାଇଁ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ଚାଲିଛନ୍ତି। କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି। ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜି ବି ଏମିତି ଅନେକ ଗାଁ ଅଛି, ଯେଉଁଠି ନଦୀ ପାର ପାଇଁ ତାର, କାଠ ପୋଲ ଓ ବାଉଁଶ ଭାରା ଭରସା ପାଲଟିଛି। ଜୀବନକୁ ବାଜିରେ ଲଗାଇ ଗ୍ରାମବାସୀ ପ୍ରତିଦିନ ବିପଜ୍ଜନକ ଭାବେ ଏହା ଉପରେ ଯାଆସ କରୁଛନ୍ତି।

ଏହାର ଜ୍ୱଳନ୍ତ ଉଦାହରଣ ହେଲା, କେ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ବିରିନ୍ଦାପଡ଼ା ଗାଁରେ। ଏହି ଗାଁରେ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ପଞ୍ଚାୟତକୁ ରାସନ୍ ସାମଗ୍ରୀ ନେବା ପାଇଁ ହେଉ କି, ପିଲା ସ୍କୁଲ ଓ କଲେଜକୁ ଯିବା ପାଇଁ। ସମସ୍ତଙ୍କୁ କାଳିପେନୁ ନଦୀ ପାର ହେବାକୁ ପଡିଥାଏ। ଖରାଦିନେ ଅସୁବିଧା ନଥାଏ। ହେଲେ ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଥାଏ। ନଦୀ‌ର ଦୁଇ ପାଶ୍ୱର୍ରେ ଥିବା ଦୁଇ ଗଛରେ ବିଦ୍ୟୁତ ତାର ଟାଙ୍ଗି ନଦୀ ପାର ‌ହୁଅନ୍ତି।

ଯାହାକି ବାଉଁଶ ରାଣୀ ଖେଳ ଭ୍ରମ ସୃଷ୍ଟି କରେ। ପ୍ରତି ମୁହୂର୍ତ୍ତରେ ବିପଦ ଥିଲେ ବି ଉପାୟ ନଥିବାରୁ ଯାତାୟାତ କରିବାକୁ ପଡ଼ୁଛି ବୋଲି କହନ୍ତି ଗ୍ରାମର ଦେବକାନ୍ତ ପ୍ରଧାନ ଓ ମିଲି ପ୍ରଧାନ। ସେହି ନଦୀ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ନେତାଙ୍କ ଠାରୁ ପ୍ରାଶାସନିକ ଅଧିକାରୀଙ୍କୁ ବହୁବାର ଗ୍ରାମବାସୀ ଗୁହାରି କରିଛନ୍ତି। ହେଲେ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନି ବୋଲି ସେମାନେ କହନ୍ତି। କେବଳ ବିରିନ୍ଦାପଡ଼ା ନୁହେଁ, କନ୍ଧମାଳ ଜିଲ୍ଲାର ବହୁ ଦୁର୍ଗମ ଗ୍ରାମରେ ନଦୀ ପାର ହେବାକୁ ବାଉଁଶ ‌ଭାରା ଓ ତାର ଏକ ମାତ୍ର ମାଧ୍ୟମ ପାଲଟିଛି। ହେଲେ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବକୁ ସମସ୍ତେ ଦାୟୀ କରିଛନ୍ତି।



from Kanak News https://ift.tt/2S6Jos5 https://ift.tt/3hVbctH
ବିରିନ୍ଦାପଡ଼ାର ଦୁଃଖ କାଳିପେନୁ : ପାର ହେବାକୁ ତାର, ବାଉଁଶ ଭାରା Kanak News ବିରିନ୍ଦାପଡ଼ାର ଦୁଃଖ କାଳିପେନୁ : ପାର ହେବାକୁ ତାର, ବାଉଁଶ ଭାରା Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.