ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ : ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ Kanak News

କନକ ବ୍ୟୁରୋ : ବିଳମ୍ବରେ ଓଡ଼ିଶାରୁ ଫେରିବ ମୌସୁମୀ। ଅକ୍ଟୋବର ୧୫ ତାରିଖ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇଯିବ।

ଏହାପରେ ପଞ୍ଜାବ, ହରିୟାଣା, ଛତିଶଗଡ଼, ପୂର୍ବ ରାଜସ୍ଥାନରୁ ଓ ପରେ ଉତ୍ତର ଭାରତରୁ ଧୀରେଧୀରେ ଅପସରି ଯିବ। କିନ୍ତୁ ଓଡ଼ିଶା‌‌‌ରେ ଏହା ସ୍ୱାଭାବିକ ସମୟଠାରୁ ୫ରୁ ୭ ଦିନ ବିଳମ୍ବ ହେବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ପବନ ବହୁଛି। ଏହା ଅକ୍ଟୋବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ତେଣୁ ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପୂର୍ବ ବିହାର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଲଘୁଚାପ ବଳୟ ଆଜି ବି ଉକ୍ତ ସ୍ଥାନରେ ରହିଛି। ଏହାସହ ମୌସୁମୀ ଟ୍ରଫ୍‌ ବି ଅମୃତସର, ପଟିଆଲା, ବରେଲି, ଗୋରଖପୁର ହୋଇ ଲଘୁଚାପ କେନ୍ଦ୍ର ଦେଇ ଗତି କରୁଛି।

ମୌସୁମୀ ଟ୍ରଫ୍‌ ଏବେ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଫଳରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି, ସେପ୍ଟେମ୍ବର ୨୮ରେ ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ। ସ୍ୱାଭାବିକ ଭାବେ ସେପ୍ଟେମ୍ବର ୧୭ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୧୧ ଦିନ ବିଳମ୍ବ ହେବାକୁ ଯାଉଛି। ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ମୌସୁମୀ ଫେରିବାରେ ବିଳମ୍ବ ହେବ ବୋଲି ଆଶା କରାଯାଉଛି।



from Kanak News https://ift.tt/2EF3gPO https://ift.tt/30bQSyg
ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ : ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ Kanak News ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ : ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ Kanak News Reviewed by SUBHENDU BARAL on September 26, 2020 Rating: 5

No comments:

Powered by Blogger.