ଅବୁଧାବି: ଗତକାଲି ସନ୍ରାଇଜର ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଅବୁଧାବିରେ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ବିଜୟୀ ହୋଇଛି। କେକେଆର୍ରେ ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମଥର ବିଜୟୀ ହୋଇଛି। ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି କେକେଆର୍। ତେବେ ଏହାକୁ ମିଶାଇ ହାଇଦ୍ରାବାଦର କ୍ରମାଗତ ଦୁଇଥର ପରାଜୟ ହୋଇଛି।
ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୪ ୱିକେଟ ହରାଇ ୧୪୨ ରନ୍ କରିଥିଲା। ଏହାର ଜବାବରେ କୋଲକାତା ୧୮ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।
କୋଲକାତା ବ୍ୟାଟିଂ ଆରମ୍ଭ କରିବା ପୂର୍ବରୁ ସୁନୀଲ ନାରିନଙ୍କୁ ଆଉଟ୍ ହୋଇଥିଲେ। ଖାତା ଖୋଲିବା ପୂର୍ବରୁ ନାରିନଙ୍କୁ ଖଲୀଲ ଅହମ୍ମଦଙ୍କ ଆଉଟ୍ କରିଥିଲେ। ଏହାପରେ ନୀତୀଶ ରାଣା ଓ ଗିଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୪୩ରେ ପହଞ୍ଚାଇଥିଲେ। ଏହି ସମୟରେ ଟି ନଟରାଜନ ୨୬ ରନ୍ କରିଥିବା ରାଣାଙ୍କୁ ଆଉଟ କରି ଦେଇଥିଲେ।
ତେବେ ନାରିନଙ୍କ ଭଳି ଅଧିନାୟକ ଦୀନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ରସିଦ ଖାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। କୋଲକାତାକୁ ଏହି ସଙ୍କଟମୟ ସ୍ଥିତିରେ ମୋର୍ଗାନ ଓ ଗିଲ ଯୋଡ଼ି ଉଦ୍ଧାର କରିଥିଲେ। ଉଭୟ ବେଶ ଆକର୍ଷଣୀୟ ଶଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଗିଲ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଯାଏ ଗିଲ ୭୦ ଓ ମୋର୍ଗାନ ୪୨ ରନ୍ କରି ଅପରାଜିତ ରହିବା ଦଳକୁ ୭ ୱିକେଟରେ ବିଜୟୀ କରାଇଥିଲେ।
ଏହାପୂର୍ବରୁ ମନୀଷ ପାଣ୍ତେଙ୍କ ୫୧ ଓ ୱାର୍ଣ୍ଣରଙ୍କ ୩୬ ରନ୍ ବଲରେ ହାଇଦ୍ରାବାଦ ୪ ୱିକେଟ ହରାଇ ମାତ୍ର ୧୪୨ ରନ୍ କରିଥିଲା।
The post ସନ୍ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା appeared first on OTV Khabar..
from OTV Khabar. https://ift.tt/338tqUB
No comments: