ସାର ଦୁର୍ନୀତି ନେଇ ବ୍ୟାପକ ଧରପଗଡ଼ : ୧୬୩ ଜଣ ଡିଲରଙ୍କ ଲାଇସେନ୍‌ସ୍‌ ବାତିଲ, ୯ ଜଣଙ୍କ ବିରୋଧରେ ଏତଲା Kanak News

କନକ ବ୍ୟୁରୋ : ଚଳିତ ଖରିଫ ଚାଷ ପାଇଁ ଚାଷୀମାନଙ୍କୁ ସାର ଯୋଗାଣରେ ବ୍ୟାପକ ଦୁର୍ନୀତି ହେଉଛି। ସବୁ ଆଡ଼ୁ ଅଭିଯୋଗ ଆସିବା ପରେ କୃଷି ବିଭାଗ ଧରପଗଡ଼ ଆରମ୍ଭ କରିଛି। ଯାଞ୍ଚବେଳେ ୧୬୩ ଜଣ ସାର ଡିଲର୍‌ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ଧରାପଡ଼ିଛନ୍ତି। ସେମାନଙ୍କ ଲାଇସେନ୍‌ସ୍‌କୁ ବାତିଲ କରାଯାଇଛି। ଏହାସହିତ ୯ ଜଣ ଡିଲରଙ୍କ ବିରୋଧରେ ବିଭାଗ ପକ୍ଷରୁ ଏତଲା ଦାୟର କରାଯାଇଛି। ଏହି ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଭର୍ଚୁଆଲ୍‌ ବୈଠକରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ସାର ବିକ୍ରି ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲରମାନେ ଯେପରି ଚଢ଼ା ଦରରେ ବିକ୍ରି କରିବେନି ସେଥିପାଇଁ ପ୍ରତ୍ୟେକ ସ୍ତରରେ କୃଷି ଅଧିକାରୀ ଯାଞ୍ଚ କରିବେ। ଏବେସୁଦ୍ଧା ରାଜ୍ୟରେ ମୋଟ ୬ ହଜାର ୮୮୧ଟି ଡିଲର ପଏଣ୍ଟକୁ ଯାଞ୍ଚ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ୬ ହଜାର ୫୭୨ଟି ଯାଞ୍ଚ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଦ୍ବାରା ୩୦୯ଟି ସାର ଡିଲରଙ୍କ ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ଅନିୟମିତତା ଧରାପଡ଼ିବା ପରେ ୩୭୮୪ ଡିଲରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହାସହିତ ୧୦୪ ଜଣଙ୍କୁ ସାର ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫୦ ଜଣ ସାର ଡିଲରଙ୍କ ଲାଇସେନ୍‌ସ୍‌କୁ ନିଲମ୍ବନ କରାଯିବା ସହ ୧୬୩ ଜଣଙ୍କ ଲାଇସେନ୍‌ସ୍‌ ରଦ୍ଦ କରାଯାଇଛି। ସେହିପରି ୩୦ ଜଣ ଡିଲରଙ୍କଠାରୁ ସାର ଜବତ କରାଯାଇଛି। ପ୍ୟାକ୍‌ସ୍‌, ଲ୍ୟାମ୍ପ୍‌ସ୍‌ ଓ ଏମ୍‌ଡିଙ୍କ ସମେତ ୯ ଜଣ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଏଥିରେ ବୌଦ୍ଧ ଜିଲ୍ଲାର ୫ ଜଣ, ସମ୍ବଲପୁରର ୨ ଜଣ ଓ ଦେବଗଡ଼ ଜିଲ୍ଲାର ୨ ଜଣ କର୍ମଚାରୀ ସାମିଲ ଅଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।



from Kanak News https://ift.tt/304rnij https://ift.tt/33OTX8s
ସାର ଦୁର୍ନୀତି ନେଇ ବ୍ୟାପକ ଧରପଗଡ଼ : ୧୬୩ ଜଣ ଡିଲରଙ୍କ ଲାଇସେନ୍‌ସ୍‌ ବାତିଲ, ୯ ଜଣଙ୍କ ବିରୋଧରେ ଏତଲା Kanak News ସାର ଦୁର୍ନୀତି ନେଇ ବ୍ୟାପକ ଧରପଗଡ଼ : ୧୬୩ ଜଣ ଡିଲରଙ୍କ ଲାଇସେନ୍‌ସ୍‌ ବାତିଲ, ୯ ଜଣଙ୍କ ବିରୋଧରେ ଏତଲା Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.