୩୩୨ ଆଇଟିଆଇରେ କେହି ନାମ ଲେଖାଇନାହାନ୍ତି : ଆଜିଠାରୁ ପୁଣିଥରେ ନାମଲେଖା ପ୍ରକ୍ରିୟା; ସରକାରୀ ଆଇଟିଆଇରେ ଅଧା ସିଟ୍‌ ଖାଲି, କାଗଜପତ୍ରରେ ଚାଲିଛି ୬୭ ଘରୋଇ ଆଇଟିଆଇ Kanak News

କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୧୧ଟି ସ୍ଥାନ ପାଇଛି। ତାହାକୁ ଆଧାର କରି ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓଏମ୍‌ବାଡ୍‌ସି) ପାଣ୍ଠିରେ ଖଣି ଅଞ୍ଚଳରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଠାକାର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ସେକ୍ଟରରେ ନିଯୁକ୍ତି ଦକ୍ଷତା ବୃ୍ଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ ୪ଦିନ ତଳେ ଲୋକସେବା ଭବନରେ ସମୀକ୍ଷା କରାଯିବା ସହ ଲମ୍ବା ଚଉଡ଼ା ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।

୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୫୦୪ଟି ଆଇଟିଆଇ ସ୍ଥିତିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୩୩୨ଟି ଘରୋଇ ଆଇଟିଆଇରେ ଜଣେ ବି ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ପିଲା ହେଉ ନ ଥିବାରୁ ରାଜ୍ୟର ୬୭ଟି ଘରୋଇ ଆଇଟିଆଇରେ ତାଲା ପଡ଼ିବାକୁ ବସିଲାଣି। ଏବେ କେବଳ କାଗଜକଲମରେ ଚାଲିଛି। ରାଜ୍ୟର ୪୯ଟି ସରକାରୀ ଆଇଟିଆଇ ଅବସ୍ଥା ମଧ୍ୟ ତଦ୍ରୂପ। ଏବେ ବି ଅଧ‌ା ସିଟ୍‌ ଖାଲି ପଡ଼ିଛି। ନାମକରା ତଥା ଶିଳ୍ପ ଅଞ୍ଚଳରେ ଥିବା କିଛି ଆଇଟିଆଇରେ ୫୦ପ୍ରତିଶତରୁ ଅଧିକ ସିଟ୍‌ ପୂରଣ ହୋଇଛି। ନ ହେଲେ ସବୁଠି ସିଟ୍‌ ଖାଲି ପଡ଼ିଛି। ପିଲାମାନେ କିଭଳି ଆଇଟିଆଇରେ ପଢ଼ିବାକୁ ଆକୃଷ୍ଟ ହେବେ, ସେଥିପ୍ରତି ଗୁରୁତ୍ବ ନ ଦେଇ ଗୋଟିଏ ପରେ ଗୋଟିଏ ଶିକ୍ଷାନଷ୍ଠାନ ଖୋଲିବା ପଛର ଉଦ୍ଦେଶ୍ୟକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ୪୯ଟି ସରକାରୀ ଆଇଟିଆଇରେ ୧୮ହଜାର ୩୯୦ ସିଟ୍‌ ରହିଛି। ସେଥିମଧ୍ୟରୁ ୯୨୬୭ସିଟ୍‌ ପୂରଣ ହୋଇଛି। ଆହୁରି ୯୧୨୩ ସିଟ୍‌ ଖାଲି ପଡ଼ିଛି। ସେହିପରି ୪୫୫ଘରୋଇ ଆଇଟିଆଇର ବିଭିନ୍ନ ଟ୍ରେଡ୍‌ରେ ୭୭ହଜାର ୧୨୬ ସିଟ୍‌ ରହିଥିବ‌ା ବେଳେ ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମାତ୍ର ୧୬୪୮ ସିଟ୍‌ ପୂରଣ ହୋଇଛି। ଅର୍ଥାତ୍‌ ଘରୋଇ ଆଇଟିଆଇଗୁଡ଼ିକରେ ଏପର୍ଯ୍ୟନ୍ତ ମାତ୍ର ୨ପ୍ରତିଶତ ସିଟ୍‌ ପୂରଣ ହୋଇଥିବା ବେଳେ ଆହୁରି ୯୮% ସିଟ୍‌ ଖାଲି ପଡ଼ିଛି।ନ‌ାମଲେଖାର ଏଭଳି ସ୍ଥିତିକୁ ଦେଖି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନସ୍ତରରେ ସ୍ପଟ୍‌ ଆଡମିସନ୍‌ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍‌ସି, ଏସ୍‌ଟି, ମହିଳା ଓ ଅନ୍ୟାନ୍ୟ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୪ତାରିଖରେ ଓ ଅନ୍ୟାନ୍ୟ ବର୍ଗଙ୍କ ଲାଗି ଆସନ୍ତା ୨୫ରୁ ୩୦ ତାରିଖ ମଧ୍ୟରେ ଆଇଟିଆଇସ୍ତରରେ ନାମଲେଖା କରାଯିବ।

ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି କହିଛନ୍ତି ଯେ ଖଣି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇଗୁଡ଼ିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଓଏମ୍‌ବାଡ୍‌ସି ଅର୍ଥ ବିନିଯୋଗ କରି ଏଗୁଡ଼ିକର ବିକାଶ ହେବ। ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ। ଯାହା ସେମାନଙ୍କ ଶିକ୍ଷା ଓ ନିଯୁକ୍ତିରେ ସହାୟକ ହେବ। ସରକାରୀ ଆଇଟିଆଇଗୁଡ଼ିକରେ ପିଲା ହେଉଛନ୍ତି। ନାମଲେଖା ଚାଲିଛି। ଘରୋଇ ଆଇଟିଆଇଗୁଡ଼ିକ ସେମାନଙ୍କ କଥା ବୁଝିବେ। ସୂଚନାଯୋଗ୍ୟ ଯେ ୨୦୨୦-୨୧ ଶିକ୍ଷା ବର୍ଷରେ ୫୦୪ ଶିକ୍ଷାନୁଷ୍ଠାନର ୯୫ ହଜାର ୫୧୬ ସିଟ୍‌ରେ ନାମଲେଖା ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ସୁଦ୍ଧା ନାମଲେଖା ପାଇଁ ୪୭ ହଜାର ୬୦୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୫ହଜାର ୧୯୪ଜଣ ଛାତ୍ରଛାତ୍ରୀ ଆବଶ୍ୟକ ଫି’ ଦାଖଲ କରି ଆବେଦନ କରିଛନ୍ତି।



from Kanak News https://ift.tt/3j2Y2fC https://ift.tt/2RSF2o9
୩୩୨ ଆଇଟିଆଇରେ କେହି ନାମ ଲେଖାଇନାହାନ୍ତି : ଆଜିଠାରୁ ପୁଣିଥରେ ନାମଲେଖା ପ୍ରକ୍ରିୟା; ସରକାରୀ ଆଇଟିଆଇରେ ଅଧା ସିଟ୍‌ ଖାଲି, କାଗଜପତ୍ରରେ ଚାଲିଛି ୬୭ ଘରୋଇ ଆଇଟିଆଇ Kanak News ୩୩୨ ଆଇଟିଆଇରେ କେହି ନାମ ଲେଖାଇନାହାନ୍ତି : ଆଜିଠାରୁ ପୁଣିଥରେ ନାମଲେଖା ପ୍ରକ୍ରିୟା; ସରକାରୀ ଆଇଟିଆଇରେ ଅଧା ସିଟ୍‌ ଖାଲି, କାଗଜପତ୍ରରେ ଚାଲିଛି ୬୭ ଘରୋଇ ଆଇଟିଆଇ Kanak News Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.