
କନକ ବ୍ୟୁରୋ : କରୋନା ଭୂତାଣୁ ଲୋକମାନଙ୍କର ଜୀବନଧାରଣ କ୍ଷମତାକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଏହି ଘାତକ ଭୂତାଣୁର ପ୍ରକୋପ ଯୋଗୁଁ ପୃଥିବୀର ବିଭିନ୍ନ ସ୍ଥାନରେ ଲୋକଙ୍କର ଜୀବନ ଧାରଣ କ୍ଷମତା ଏକରୁ ନଅ ବର୍ଷ ଯାଏ କମିଯିବ ବୋଲି ଅତି କମ୍ରେ ତିନିଟି ଦେଶର ଗବେଷକମାନେ କହିଛନ୍ତି।
ପ୍ରତି ଦେଶର ଜୀବନ ଧାରଣ କ୍ଷମତା ଉପରେ ନିର୍ଭର କରି ଏପରି ହ୍ରାସ ଆକଳନ କରାଯାଇଛି ବୋଲି ଉକ୍ତ ଗବେଷକମାନେ କହିଛନ୍ତି। ପ୍ଲସ୍ ଵାନ୍ ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାର ବିବରଣୀ ଅନୁଯାୟୀ, କୋଭିଡ୍-୧୯ର ପ୍ରାଦୁର୍ଭାବ ବଳବତ୍ତର ରହିବା ଉପରେ ଏହି ଜୀବନ ଧାରଣ ଅବଧିର ହ୍ରାସ ନିର୍ଭର କରୁଥିବା ସ୍ପଷ୍ଟ ହୋଇଛି।
ସାଂଘାଇ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରିଆର ଇଣ୍ଟରନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ସିଷ୍ଟମ୍ ଆନାଲିସିସ୍ ଓ ୟୁକେର ଇଷ୍ଟ୍ ଆଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟର ଏହି ଗବେଷକମାନଙ୍କ ମତାନୁସାରେ ଉତ୍ତର ଆମେରିକା, ୟୁରୋପ, ଲାଟିନ୍ ଆମେରିକା ଓ କାରବୀୟ ଦେଶରେ କୋଭିଡ୍ର ପ୍ରକୋପ ୧୦ ପ୍ରତିଶତ ରହିଥିବା ସମୟରେ ଜନ୍ମ ବେଳେ ଏହି ଜୀବନ ଧାରଣ କ୍ଷମତାରେ ହ୍ରାସ ଏକ ବର୍ଷରୁ ଅଧିକ ରହିଛି।
ସେହିପରି ଦକ୍ଷିଣପୂର୍ବ ଏସିଆ ଓ ଉପସାହାରା ଆଫ୍ରିକୀୟ ଦେଶରେ କୋଭିଡ୍ର ପ୍ରକୋପ ଯଥାକ୍ରମେ ୧୫ ପ୍ରତିଶତ ଓ ୨୫ ପ୍ରତିଶତ ବଳବତ୍ତର ଥିବା ବେଳେ ସେହି ଏକ ବର୍ଷରୁ ଅଧିକ ଜୀବନ ଧାରଣ କ୍ଷମତାରେ ହ୍ରାସ ଘଟୁଛି। ଏହି ମାନକକୁ ବିଚାର କରି ଗବେଷକମାନେ କୋଭିଡ୍ର ପ୍ରାଦୁର୍ଭାବ ଅଧିକ ଥିଲା ବେଳେ ଜୀବନ ଧାରଣ ଅବଧିରେ ହେବାକୁ ଥିବା ହ୍ରାସ ବାହାର କରିବାରେ ସମର୍ଥ ହୋଇଛନ୍ତି।
from Kanak News https://ift.tt/2REq7hk https://ift.tt/35bCoBT
No comments: