ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟର ସ୍ଥାପନ ଲାଗି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ

ନୀଳଗିରି୨୦/୯: ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟର ଏବଂ ହୋମିଓପ୍ୟାଥିକ ମେଡିକାଲ କଲେଜ ସ୍ଥାପନ ଲାଗି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ। ବହୁ ଦିନ ଧରି ଅଞ୍ଚଳବାସୀଙ୍କ ଦାବିକୁ ଆଖି ଆଗରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ଆୟୁର୍ବେଦିକ ମେଡିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟର ଏବଂ ହୋମିଓପ୍ୟାଥିକ ମେଡିକାଲ କଲେଜ ବାଲେଶ୍ଵର ଜିଲ୍ଲା ବାଉଁଶମୁହଁଆ ଠାରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ରେମୁଣା ବ୍ଲକ ଅଧିନ ବାଉଁଶମୁହଁଆ ଅଞ୍ଚଳରେ ସରକାରୀ ଜମି ପର୍ଯ୍ୟାପ୍ତ ଥିବାରୁ ୨୦୧୫ ମସିହାରେ ଅଞ୍ଚଳବାସୀ ଏଠାରେ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସ୍ଥାନରେ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ରିସର୍ଚ୍ଚ ସେଣ୍ଟର ସହିତ ହୋମିଓ ପ୍ୟାଥିକ ମେଡିକାଲ କଲେଜ ହେଲେ ଉତ୍ତର ଓଡିଶା ର ବାଲେଶ୍ଵର ଜିଲ୍ଲା,ଭଦ୍ରକ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ସାଙ୍ଗକୁ କେନ୍ଦୁଝର ଜିଲ୍ଲାବାସୀ ଉପକୃତ ହେବା ସାଙ୍ଗକୁ ରୋଗୀମାନେ ଉପକୃତ ହେବେ ବୋଲି ହୃଦବୋଧ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ଆଜି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସ ନାଏକଙ୍କୁ ପତ୍ର ଲେଖିଛନ୍ତି।



from Prameya News7 https://ift.tt/33K3f5x
ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟର ସ୍ଥାପନ ଲାଗି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟର ସ୍ଥାପନ ଲାଗି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ Reviewed by SUBHENDU BARAL on September 19, 2020 Rating: 5

No comments:

Powered by Blogger.