ଯୁକ୍ତ୩ ନାମଲେଖା : ପ୍ରଥମ ଦିନରେ ୮ ହଜାର ନାମ ଲେଖାଇଲେ; କଳା ବିଭାଗରେ ସର୍ବାଧିକ ନାମ ଲେଖାଇଲେ ୪୬୯୧ ଜଣ Kanak News

କନକ ବ୍ୟୁରୋ : ଯୁକ୍ତ୩ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ମେରିଟ୍ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫି’ ଦାଖଲ କରିବା ସହ ନାମ ଲେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୫୮, ୫୪୦ ଜଣଙ୍କୁ ଚୟନ କରାଯାଇଥିବା ବେଳେ ପ୍ରଥମ ଦିନରେ ୮,୨୩୩ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କଳା ବିଭାଗରେ ସର୍ବାଧିକ ୪୬୯୧ ଜଣ ନାମ ଲେଖାଇଥିବା ବେଳେ ଫିଜିକାଲ ସାଇନ୍ସରେ ୯୯୩, ବାୟୋଲୋଜିକାଲ ସାଇନ୍ସରେ ୭୬୩, ବାଣିଜ୍ୟରେ ୧୦୩୫, ସଂସ୍କୃତରେ ୧୧୩ ଓ ସେଲ୍ଫ ଫାଇନାନ୍ସିଂରେ ୬୧ ଜଣ ନାମ ଲେଖାଇଛନ୍ତି।
ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ସର୍ବାଧିକ ୮୨୭ ଜଣ ନାମ ଲେଖାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୭୭୬, ମୟୂରଭଞ୍ଜରେ ୬୩୫, ବାଲେଶ୍ବରରେ ୫୨୮, ପୁରୀରେ ୫୧୮, ଭଦ୍ରକରେ ୪୮୧, ସୁନ୍ଦରଗଡ଼ରେ ୪୧୦, କେନ୍ଦ୍ରାପଡ଼ା ୩୬୭, କେନ୍ଦୁଝରରେ ୩୧୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯,୭୯୦ ସିଟ୍ ପାଇଁ ନାମ ଲେଖା ହେଉଛି। ପ୍ରଥମ ପର୍ଯ୍ୟାୟରେ କଳା ବିଭାଗରେ ୯୫,୬୪୯ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩ ,୮୧୭, ବାୟୋଲୋଜିକାଲ ସାଇନ୍ସରେ ୧୭,୪୯୩ ଜଣ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଫି’ ଦାଖଲ କରିହେବ। ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ନାମ ଲେଖା ହେବ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ମୂଳ(ଓରିଜିନାଲ) ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଇ ନାହିଁ। ଅନ୍ଲାଇନ୍ରେ ଫି’ ଦାଖଲ କରାଯାଉଥିବାରୁ କୌଣସି କଲେଜରେ କିଛି ସମସ୍ୟା ହୋଇ ନଥିବା ଜଣାପଡ଼ିଛି।
from Kanak News https://ift.tt/36kmKoq https://ift.tt/3cMn8Np
No comments: