ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ । Kanak News

କନକ ବ୍ୟୁରୋ : କରୋନା ମୃତକଙ୍କୁ ବି ଛାଡିଲେନି । ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୭୫ ବର୍ଷର ମହିଳାଙ୍କ ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମହିଳା ଜଣକ କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ । ହେଲେ ପରିବାର ଲୋକ ମହିଳାଙ୍କ କାନଫୁଲ ନଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଏମ୍ସର ଅଧୀକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, କପିଳପ୍ରସାଦ ଅଞ୍ଚଳର ଜଣେ ବୃଦ୍ଧା ଗତ ୧୯ ତାରିଖରେ ଅସୁସ୍ଥ ଥିବା କାରଣରୁ ଏମ୍‌ସରେ ଭର୍ତି ହୋଇଥିଲେ। ପରେ ସେ କରୋନାରେ ସଂକ୍ରମିତ ଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କୁ କୋଭିଡ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାରଲୋକ ମୃତ ମହିଳାଙ୍କ କାନଫୁଲ ନେବା ପାଇଁ କହିଥିଲେ। ମାତ୍ର କାନଫୁଲ ନଥିବା ଦେଖି ପରିବାର ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ହେଲେ କେହି ଶୁଣୁ ନଥିବା ମୃତକଙ୍କ ଆଟେଣ୍ଡାଣ୍ଟ ରାକେଶ ପ୍ରଧାନ କହିଛନ୍ତି। ଏନେଇ ସେ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଯାଞ୍ଚ ପାଇଁ କୁହାଯାଇଥିଲେ ହେଁ ସିସିଟିଭି ଲାଗି ନଥିବା ଓ ଏଥିପାଇଁ ବ୍ୟବସ୍ଥା ନଥିବା ସୁରକ୍ଷାକର୍ମୀ କହିଥିଲେ। ଫଳରେ ବାଧ୍ୟ ହୋଇ ସେ ଫେରି ଆସିଥିବା ରାକେଶ କହିଛନ୍ତି। ଏ ନେଇ ଏମ୍‌ସର ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା, ମାତ୍ର ସେ କୌଣସି ଉତ୍ତର ଦେଇ ନଥିଲେ।



from Kanak News https://ift.tt/3jtbrOt https://ift.tt/3cGsN7P
ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ । Kanak News ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ । Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.