ଆରମ୍ଭ ହେଲା +୩ ନାମଲେଖା ପ୍ରକ୍ରିୟା : ୧.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଟ୍‌; ସାର୍ଟିଫିକେଟ୍‌ ଦାଖଲ ସମୟ ସୀମାରେ କୋହଳ Kanak News

କନକ ବ୍ୟୁରୋ : ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଆଜି ଉଚ୍ଚଶିକ୍ଷା ବିଭ‌ାଗ ପକ୍ଷରୁ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବା ସହ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯, ୭୯୦ ସିଟ୍‌ ପାଇଁ ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧, ୫୮, ୫୪୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। କଳା ବିଭାଗରେ ସର୍ବାଧିକ ୯୫୬୪୯ ଜଣ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩୮୧୭, ବାୟୋଲୋଜିକାଲ ସାଇନ୍ସରେ ୧୭୪୯୩ ଜଣ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ୭୦୭୯୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଅନୁଯାୟୀ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍ଟୋବର ପହିଲା ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ। ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ହେବ ।

ଅନ୍ୟପକ୍ଷରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ କେତେକ ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ଓରିଜିନାଲ ସାର୍ଟିଫିକେଟ୍‌, ମାର୍କସିଟ୍‌, ମାଇଗ୍ରେସନ ସାର୍ଟିଫିକେଟ୍‌ ଆଦି ମିଳିପାରି ନାହିଁ। ତେଣୁ ନାମଲେଖା ସମୟରେ ଯେଉଁ ଛାତ୍ରଛାତ୍ରୀ ଉକ୍ତ ସାର୍ଟିଫିକେଟ୍‌ ଦେଖାଇପାରିବେ ନାହିଁ ସେମାନଙ୍କ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୋହଳ କରାଯାଇଛି। ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ କୋର୍ସରେ ଛାତ୍ରଛାତ୍ରୀଙ୍କ ଡାଉନ୍‌ଲୋଡ୍‌ ମାକ୍‌ସିଟ୍‌ ସହ ସେଲ୍ଫ ଆଟେଷ୍ଟେସନକୁ ଗ୍ରହଣ କରାଯିବ। ଯାଞ୍ଚ ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଓରିଜିନାଲ ସାର୍ଟିଫିକେଟ୍‌ ଦେଖାଇବାକୁ ଛାତ୍ରଛ‌ାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ।

ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀ ନାମଲେଖାର ୧୨ ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ନାମ ଲେଖାର ୫ ଦିନ ମଧ୍ୟରେ ଓରିଜିନାଲ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦାଖଲ କରିପାରିବେ। ନାମ‌ ଲେଖାଇବାର ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌, ଜାତି ପ୍ରମାଣପତ୍ର, ଓଏଚ୍‌ପିଏଚ୍‌ ସାର୍ଟିଫିକେଟ୍‌ ଦାଖଲ କରିବେ। ନ ହେଲେ ସେମାନଙ୍କ ନାମଲେଖା ବାତିଲ୍‌ ହୋଇଯିବ। କୌଣସି କାରଣବଶତଃ ଯଦି ଛାତ୍ରଛାତ୍ରୀ ନାମଲେଖାରେ ରିପୋର୍ଟ କରିପାରିବେ ନାହିଁ ତେବେ ଅଭିଭାବକ ଆସି ନାମ ଲେଖାଇପାରିବେ। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଅଭି‌ଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।



from Kanak News https://ift.tt/2HwOoUy https://ift.tt/3i5YgRW
ଆରମ୍ଭ ହେଲା +୩ ନାମଲେଖା ପ୍ରକ୍ରିୟା : ୧.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଟ୍‌; ସାର୍ଟିଫିକେଟ୍‌ ଦାଖଲ ସମୟ ସୀମାରେ କୋହଳ Kanak News ଆରମ୍ଭ ହେଲା +୩ ନାମଲେଖା ପ୍ରକ୍ରିୟା : ୧.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସିଟ୍‌; ସାର୍ଟିଫିକେଟ୍‌ ଦାଖଲ ସମୟ ସୀମାରେ କୋହଳ Kanak News Reviewed by SUBHENDU BARAL on September 28, 2020 Rating: 5

No comments:

Powered by Blogger.