ଭୁବନେଶ୍ୱର: ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ କଟକଣା ଲଗାଇଛି ପରିବହନ ବିଭାଗ। ବିଭିନ୍ନ କ୍ଷେତ୍ରରେ ପ୍ରାଇଭେଟ ଗାଡ଼ିକୁ ଭଡ଼ା ଲଗାଯାଉଥିବା ଦର୍ଶାଇ ରାଜ୍ୟ ପରିବହନ ବିଭାଗ ଏହି କଟକଣା ଲଗାଇଛି।ବିଭାଗର ନିର୍ଦ୍ଦେଶନାମା ଅନୁସାରେ କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ଭଡ଼ାରେ ଲାଗି ପାରିବ।
ଏଭଳି ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବା ବେଳେ ତା ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ । ଗାଡ଼ିର ସବୁ କାଗଜପତ୍ର ଠିକ୍ ଥିବା ଦରକାର । ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କ ଅଫିସ ଏବଂ PSU କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।
ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି। ମାମଲା ରୁଜୁ କରାଯିବା ସହିତ ମାଲିକଙ୍କ ନାଁରେ ଇ-ଚାଲାଣ କରାଯିବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।
The post ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ ଲାଗିବ କଟକଣା appeared first on OTV Khabar..
from OTV Khabar. https://ift.tt/2HBRaId
ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ ଲାଗିବ କଟକଣା Minati Mishra
Reviewed by SUBHENDU BARAL
on
September 28, 2020
Rating:
No comments: