ଏମିତି ସରକାରୀ ଚାଉଳ ହେଉଛି ଲୁଟ୍ । ଅନ୍ତ୍ୟୋଦୟ ଚାଉଳ ଲୁଟିବାର ଫନ୍ଦି : ନାବାଳକ ପୁଅ ବାପା, ମା’ଙ୍କଠୁ ଭିନେ Kanak News

କନକ ବ୍ୟୁରୋ : ୧୪ ବର୍ଷର ବାଳକ ବାପା-ମାଆଙ୍କ ଠାରୁ ଭିନେ। କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ରେ ଅନ୍ତ୍ୟୋଦୟ ଚାଉଳ ଲୁଟିବା ପାଇଁ ଏପରି ଯୋଜନା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ୧୪ବର୍ଷ ବୟସର ବାଳକକୁ ଅସହାୟ ତଥା ତା‌ର ଭରଣପୋଷଣ ପାଇଁ ଅନ୍ୟ ବାଟ ନାହିଁ ବୋଲି ଦର୍ଶାଇ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସକୁ ୩୫ କେଜି ଚାଉଳ ପ୍ରଦାନ କରାଯାଉଛି। ଏପରି କି ବାଳକର ବାପାମାଆ, ଦୁଇ ଭଉଣୀ ଓ ଗୋଟିଏ ଭାଇକୁ ଅନ୍ୟ ଏକ ରାସନକାର୍ଡ ପ୍ରଦାନ କରାଯାଇଛି। ମୃତ ବିଧବାଙ୍କ ନାଁରେ ଥିବା ଅନ୍ତ୍ୟୋଦୟ କାର୍ଡରେ ମାସକୁ ୩୫ କେଜି ଚାଉଳ ଲୁଟିବାକୁ ଏଭଳି ଫନ୍ଦି କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ରାଜନଗର ବ୍ଲକ୍‌ ଓସ୍ତିଆ ପଞ୍ଚାୟତ ଭଗବାନପୁର ଗାଁର ରମାକାନ୍ତ ମଳିକ, ପତ୍ନୀ ବାବୁଲି ମଳିକ, ଦୁଇ ଝିଅ ଝରଣା ମଳିକ, ରୁନା ମଳିକ ଓ ଗୋଟିଏ ପୁଅ ରଜନୀକାନ୍ତ ମଳିକ ଖାଦ୍ୟସୁରକ୍ଷା ଯୋଜନାରେ ରାସନକାର୍ଡ (ନ˚ ୧୭୦୯୧୩୧୧୭୮୦) ହାତେଇଛନ୍ତି। ମୁଣ୍ଡପିଛା ୫ କେଜି ହିସାବରେ ମାସକୁ ସେମାନେ ୨୫ କେଜି ଚାଉଳ ପାଉଛନ୍ତି। ମାତ୍ର ତାଙ୍କର ଅନ୍ୟ ଏକ ନାବାଳକ ପୁଅ ଶ୍ରୀକାନ୍ତ ମଳିକ (ପିତା-ରମାକାନ୍ତ ମଳିକ)ଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ କାର୍ଡ (ନ˚-୧୭୦୯୧୩୧୧୭୭୯) ପ୍ରଦାନ କରାଯାଇଛି।

ଯାହାର କେହି ନ ଥିବା ସମ୍ପୂର୍ଣ୍ଣ ଅସହାୟଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ କରାଯାଉଥିଲା ବେଳେ ଶ୍ରୀକାନ୍ତଙ୍କର ବାପା, ମାଆ, ଭାଇ, ଭଉଣୀ ସମସ୍ତେ ଅଛନ୍ତି। ସେ ଏକାକୀ କିପରି ଏହି କାର୍ଡ ହାତେଇଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଶ୍ରୀକାନ୍ତଙ୍କୁ ଯୋଗାଣ ଅଧିକାରୀ କିପରି ଅସହାୟ ଓ ନିଃସ୍ବ ବୋଲି ଦର୍ଶାଇଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ରମାକାନ୍ତଙ୍କ ବିଧବା ମା ଉଚ୍ଛ ମଳିକଙ୍କ ନାଁରେ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମିଳୁଥିଲା। ୧୦ମାସ ତଳୁ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଆସୁଥିବା ମାସିକ ୩୫ କେଜି ଚାଉଳକୁ ହାତେଇବା ପାଇଁ ରମାକାନ୍ତଙ୍କ କାର୍ଡରୁ ତାଙ୍କ ସାନପୁଅ ଶ୍ରୀକାନ୍ତଙ୍କ ନାଁକୁ ବାଦ ଦିଆଗଲା ଏବଂ ଶ୍ରୀକାନ୍ତଙ୍କ ନାଁରେ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ କାର୍ଡ ପ୍ରସ୍ତୁତ କରାଯାଇଥିବା ଗାଁର ବିଜୟ କୁମାର ଜେନା ରାଜନଗର ବ୍ଲକ ଯୋଗାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

କେବଳ ଶ୍ରୀକାନ୍ତ ନୁହଁନ୍ତି, ବ୍ଲକ୍‌ରେ ଶହଶହ ପ୍ରଭାବଶାଳୀ ଲୋକ, କୋଠା ଘର ମାଲିକ ଓ ସରକାରୀ ଚାକିରିଆ ରାସନକାର୍ଡ ହାତେଇଛନ୍ତି। ଏପରି କି, ବ୍ଲକ୍‌ କାର୍ୟ୍ୟାଳୟରେ ଟଙ୍କା ଦୁଇ ହଜାର ଦେଲେ ପ୍ରଭାବଶାଳୀ ଲୋକଙ୍କୁ ରାସନକାର୍ଡ ମିଳି ଯାଉଥିବାର ଗୁରୁତର ଅଭିଯୋଗ ହୋଇଛି। ଏ ସ˚ପର୍କରେ ରାଜନଗର ବ୍ଲକ୍‌ର ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାସ କହିଛନ୍ତି ଯେ ୧୪ ବର୍ଷର ବାଳକ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ହେବା କଥା ନୁହେଁ। ମୋ ସମୟରେ ଏହା ହୋଇନାହିଁ। ସେ ଏହାର ଯାଞ୍ଚ କରିବେ।



from Kanak News https://ift.tt/332e2c0 https://ift.tt/309NQdY
ଏମିତି ସରକାରୀ ଚାଉଳ ହେଉଛି ଲୁଟ୍ । ଅନ୍ତ୍ୟୋଦୟ ଚାଉଳ ଲୁଟିବାର ଫନ୍ଦି : ନାବାଳକ ପୁଅ ବାପା, ମା’ଙ୍କଠୁ ଭିନେ Kanak News ଏମିତି ସରକାରୀ ଚାଉଳ ହେଉଛି ଲୁଟ୍ । ଅନ୍ତ୍ୟୋଦୟ ଚାଉଳ ଲୁଟିବାର ଫନ୍ଦି : ନାବାଳକ ପୁଅ ବାପା, ମା’ଙ୍କଠୁ ଭିନେ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.