ଲକ୍‌ଡାଉନ୍‌ର ୬ ମାସ ପରେ କୋଭିଡ୍‌ ସଙ୍କଟ ଜଟିଳ : ଲୋକେ ବେପରୁଆ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ: ବିଶେଷଜ୍ଞ Kanak News

କନକ ବ୍ୟୁରୋ : ଦେଶବ୍ୟାପୀ ଲକ୍‌ଡାଉନ୍‌ର ୬ ମାସ ପରେ ବି କୋଭିଡ-୧୯ ମହାମାରୀ ସଙ୍କଟ ଜଟିଳ ସ୍ଥିତିରେ ରହିଛି। କୋଭିଡ ମାମଲା ୫୦୦ରୁ ନେଇ ୫୭ ଲକ୍ଷରେ ପହଞ୍ଚି ଯାଇଛି ଏବଂ ଏଥିରେ ୯୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଗୋଟିଏ ପଟେ ଦେଶରେ ଟେଷ୍ଟିଂ ବ୍ୟାପକ ଭାବେ ବଢ଼ିଛି ଏବଂ କୋଭିଡ ୧୯ ଟିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି, କିନ୍ତୁ ଅନ୍ୟପଟେ କରୋନା ଥମିବାର ନାମ ନେଉନାହିଁ। ସମଗ୍ର ଭାରତ ଏବେ କରୋନା କବଳିତ ହେବା ସହ ସଂକ୍ରମଣ ସ୍ଥିତି ଅତି ଉଦ୍‌ବେଗଜନକ ସ୍ଥିତିରେ ରହିଛି।

୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ୨୧ ଦିନିଆ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ କୋଭିଡ-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୦୦ରୁ କିଛି ଅଧିକ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧୨ ରହିଥିଲା। ୬ ମାସ ପରେ କରୋନା ଭାଇରସ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ସୂଚୀରେ ଭାରତ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି। ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ୱେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି।

ଆମେରିକାରେ ରହୁଥିବା ମହାମାରୀ ବିଶେଷଜ୍ଞ ରାମନୟନ ଲକ୍ଷ୍ମୀନାରାୟଣ କହିଛନ୍ତି ଯେ କରୋନା ମହାମାରୀ ଭାରତରେ ଏବେ ସବୁ ଅଂଚଳରେ କାୟାବିସ୍ତାର କରୁଛି ଏବଂ ଗ୍ରାମୀଣ ଭାରତ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସଂକ୍ରମଣ ଧୀରେ ଧୀରେ ସବୁ ଅଂଚଳକୁ ଗ୍ରାସ କରୁଛି ଏବଂ ଲୋକେ ଯଦି ସତର୍କତା ଅବଲମ୍ବନ କରୁନାହାନ୍ତି ତା’ହେଲେ ଏହା ନିଶ୍ଚିତ ଭାବେ ଅନିୟନ୍ତ୍ରିତ ହୋଇଗଲାଣି ବୋଲି ସେ କହିଛନ୍ତି। ୨୨ ସେପ୍‌ଟେମ୍ବର ସୁଦ୍ଧା ଦେଶରେ ୬,୬୨,୭୯,୪୬୨ ଜଣଙ୍କର କରୋନା ପରୀକ୍ଷା ହୋଇସାରିଛି। ଦେଶରେ ୪୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୮୧.୫୫ ପ୍ରତିଶତ ରହିଛି।



from Kanak News https://ift.tt/2EAeyF0 https://ift.tt/35bCoBT
ଲକ୍‌ଡାଉନ୍‌ର ୬ ମାସ ପରେ କୋଭିଡ୍‌ ସଙ୍କଟ ଜଟିଳ : ଲୋକେ ବେପରୁଆ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ: ବିଶେଷଜ୍ଞ Kanak News ଲକ୍‌ଡାଉନ୍‌ର ୬ ମାସ ପରେ କୋଭିଡ୍‌ ସଙ୍କଟ ଜଟିଳ : ଲୋକେ ବେପରୁଆ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ: ବିଶେଷଜ୍ଞ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.