ବିଶ୍ୱରେ କରୋନା ଜନିତ ସୁସ୍ଥ ହାର ଭାରତରେ ଅଧିକ : ଗତ ୩ଦିନ ଧରି ୯୦ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ; ଭାରତରେ କରୋନା ଜନିତ ସୁସ୍ଥ ହାର ୮୦% ଅଧିକ Kanak News

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ମାମଲା ୫୪.୮୮ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୮୬ ହଜାର ୯୬୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୧୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୫୪ ଲକ୍ଷ ୮୭ ହଜାର ୫୮୦ ଥିବାବେଳେ ୮୭ ହଜାର ୮୮୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଯାବତ୍‌ ୪୩ ଲକ୍ଷ ୯୬ ହଜାର ୩୯୯ ଜଣ କରୋନାରୁ ସୁସ୍ଥ ହେଲେଣି। ଏଥିସହ ଦେଶରେ ଆରୋଗ୍ୟ ହାର ୮୦.୧୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ‌କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ କରୋନା ମୃତ୍ୟୁହାର ୧.୬ ପ୍ରତିଶତକୁ କମିଯାଇଛି। ୧୦ ଲକ୍ଷ ୩ ହଜାର ୨୯୯ ସକ୍ରିୟ ମାମଲା ରହିଛି।

ଏହା ମୋଟ୍‌ ସଂକ୍ରମଣ ମାମଲାର ୧୮.୨୮ ପ୍ରତିଶତ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଭାରତର ଆରୋଗ୍ୟ ହାର ସମଗ୍ର ବିଶ୍ବରେ ସର୍ବାଧିକ। ଆରୋଗ୍ୟ ମାମଲାରେ ବିଶ୍ବ‌ରେ ଶୀର୍ଷ ସ୍ଥାନରେ ରହିଛି ଭାରତ। ବିଶ୍ବରେ ମୋଟ୍‌ ଆରୋଗ୍ୟ ସଂଖ୍ୟାରୁ ଭାରତର ସର୍ବାଧିକ ୧୯ ପ୍ରତିଶତ ଆରୋଗ୍ୟ ରହିଛନ୍ତି। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ମୋଟ୍‌ ବୈଶ୍ବିକ ଆରୋଗ୍ୟ ସଂଖ୍ୟାରୁ ଭାରତରେ ୧୯ ପ୍ରତିଶତରୁ ଅଧିକ ଥିବାବେଳେ ଆମେରିକାର ୧୮.୭୦ ପ୍ରତିଶତ ଏବଂ ବ୍ରାଜିଲର ଆରୋଗ୍ୟ ମାମଲା ୧୬.୯୦ ପ୍ରତିଶତ ରହିଛି। ତେବେ ଲଗାତାର ୩ ଦିନ ଧରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୩୫୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରାହାରି ଠାରୁ ଆରୋଗ୍ୟ ହାର ଅଧିକ ରହୁଛି। ଅନ୍ୟପକ୍ଷେ ନୂଆ ଆରୋଗ୍ୟ ମାମଲାର ୭୯ ପ୍ରତିଶତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି।

ଭାରତରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇନି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସ୍ପଷ୍ଟ କରିଛନ୍ତି। ମାତ୍ର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ଅଛି। ତେବେ ଏହା ନିୟନ୍ତ୍ରଣାଧୀନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରବିବାର ଏକ ସୋସିଆଲ ମିଡିଆ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ଭିନ୍ନଭିନ୍ନ ସ୍ତରରେ ରହିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ଭିନ୍ନ ରହିଛି। ମାତ୍ର ୧୦ଟି ରାଜ୍ୟର ସଂକ୍ରମଣ ଦେଶର ୭୭ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ତେବେ ଆହୁରି ସ୍ପଷ୍ଟ ଭାବେ ବୁଝିବାକୁ ଗଲେ ଦେଶର କରୋନା ସଂକ୍ରମଣ ମାତ୍ର ହାତଗଣତି କେତୋଟି ଜିଲ୍ଲାରେ ସୀମିତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।



from Kanak News https://ift.tt/2FNkPO0 https://ift.tt/3ciDD3w
ବିଶ୍ୱରେ କରୋନା ଜନିତ ସୁସ୍ଥ ହାର ଭାରତରେ ଅଧିକ : ଗତ ୩ଦିନ ଧରି ୯୦ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ; ଭାରତରେ କରୋନା ଜନିତ ସୁସ୍ଥ ହାର ୮୦% ଅଧିକ Kanak News ବିଶ୍ୱରେ କରୋନା ଜନିତ ସୁସ୍ଥ ହାର ଭାରତରେ ଅଧିକ : ଗତ ୩ଦିନ ଧରି ୯୦ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ; ଭାରତରେ କରୋନା ଜନିତ ସୁସ୍ଥ ହାର ୮୦% ଅଧିକ Kanak News Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.