କୁଶଭଦ୍ରା ନଦୀରେ ଭାସୁଛି ଯୁବକଙ୍କ ଗଳିତ ମୃତଦେହ

କୋଣାର୍କ ୨୨।୯: କୁଶଭଦ୍ରା ନଦୀରେ ଭାସୁଛି ଯୁବକଙ୍କ ଗଳିତ ମୃତଦେହ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର କିଛି ଲୋକ କୁଶଭଦ୍ରା ନଦୀରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଭାସୁଥିବାର ଦେଖିଥିଲେ । ମୃତ ଯୁବକ ଜଣଙ୍କ ବେଣୀପୁର ଗାଁର କାହ୍ନୁଚରଣ ଭୋଇ ବୋଲି ଜଣାପଡିଛି । ତେବେ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଦେଖି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ ।



from Prameya News7 https://ift.tt/2Es1SA0
କୁଶଭଦ୍ରା ନଦୀରେ ଭାସୁଛି ଯୁବକଙ୍କ ଗଳିତ ମୃତଦେହ କୁଶଭଦ୍ରା ନଦୀରେ ଭାସୁଛି ଯୁବକଙ୍କ ଗଳିତ ମୃତଦେହ Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.