ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ତା : ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ Kanak News

କନକ ବ୍ୟୁରୋ : ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟିର କ୍ଷତି ସହିଛନ୍ତି ନିବେଶକ । ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ସେୟାର ମାର୍କେଟ ବି ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ସେସନ ପାଇଁ ବିଏସଇ ସେନସେକ୍ସ ୧୧ଶହ ୧୫ ପଏଂଟ୍ ଖସିଛି । ଗୋଟିଏ ଦିନରେ ୨ ଦଶମିକ ୯୬ ପ୍ରତିଶତ ହ୍ରାସ ପାଇ ସେନସେକ୍ସ ୩୬ ହଜାର ୫୫୩ ପଏଂଟରେ ବନ୍ଦ ହୋଇଛି । ବିଏସଇରେ ସାମିଲ ଥିବା କମ୍ପାନୀ ଗୁଡିକର ବଜାର ପୁଂଜିକରଣ ଗତ ୬ଟି ସେସନରେ ବି କ୍ରମାଗତ ଖସିବାରେ ଲାଗିଛି ।

ଏହା ଏବେ ୧କୋଟି ୪୮ ଲକ୍ଷ ୭୬ ହଜାର ୨୧୭ରୁ ୧୧ ଲକ୍ଷ ୩୧ ହଜାର ୮୧୫କୁ ଖସିଆସିଛି ।  ସେପ୍ଟେମ୍ବର ୧୬ ତାରିଖରୁ ବିଏସଇ ବେଂଚମାର୍କ ଇଂଡେକ୍ସ ୨ ହଜାର ୭୪୯ ପଏଂଟ ଖସିଯାଇଛି । ବିଏସଇରେ ୨ ହଜାର ୨୫ କମ୍ପାନୀର ସେୟାର ଖସିଥିବା ବେଳେ ୬୨୫ ଟି କମ୍ପାନୀ ଲାଭ ଏବଂ ୧୬୨ଟି ଅପରିବର୍ତିତ ରହିଛି ।



from Kanak News https://ift.tt/3mNd8rP https://ift.tt/3kN4EiQ
ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ତା : ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ Kanak News ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ତା : ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.