ଜୀବିକା ପାଇଁ ଜୀବନକୁ ବାଜି : ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଈ ପାର ହେଉଛନ୍ତି ଅଙ୍ଗନବାଡି କର୍ମୀ Kanak News

କନକ ବ୍ୟୁରୋ : ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ନଦୀ ପାର କରୁଛନ୍ତି ସ୍ବାଭିମାନ ଅଞ୍ଚଳର ଦୁଇ ଅଙ୍ଗନବାଡି କର୍ମୀ। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସ୍ୱାଭିମାନ ଅଞ୍ଚଳର ରାଲଗେଡ଼ା ପଞ୍ଚାୟତର ନେରୁଡୁପାଲୀ ଅଙ୍ଗନବାଡି କର୍ମୀ ହେମଲକା ଶିଶା ଓ ସୁଆପାଲି ଅଙ୍ଗନବାଡି କର୍ମୀ ପ୍ରମିଳା ପାନେଲ ପ୍ରତିଦିନ ଏପରି ନଦୀ ପାର ହେଉଛନ୍ତି। ବର୍ଷାଦିନ ହେଲେ ସୁଆପାଲି ନଦୀରେ ଅଧିକ ପାଣି ଆସିଥାଏ। ସୁଆପାଲୀ ଓ ନେରୁଡୁପାଲୀ ଅଞ୍ଚଳର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି। ଅନ୍ୟ ଉପାୟ ନଥିବାରୁ ଲାଉ ତୁମ୍ବା ସାହାଯ୍ୟରେ ନଦୀ ପାର୍‌ ହେଉଛନ୍ତି। ସେହିପରି ସୁଆପାଲୀ ନଦୀ ଆରପାରିରେ ଅଙ୍ଗନବାଡି କେନ୍ଦ୍ର ରହିଥିବାରୁ ଦୁଇ କର୍ମୀ ପ୍ରତିଦିନ ଏଭଳି ବିପଦପୂର୍ଣ୍ଣ ଭାବେ ନଦୀ ପାର ହୋଇ କେନ୍ଦ୍ରକୁ ଯାଇଥାନ୍ତି।

ନଦୀ ପାର ହେବାରେ ଗ୍ରାମବାସୀ ଉଭୟଙ୍କୁ ସହଯୋଗ କରୁଛନ୍ତି। ସୁଆପାଲୀ ନଦୀରେ ଦେଶୀ ଡଙ୍ଗା କିମ୍ବା ସରକାରଙ୍କ ତରଫରୁ କୌଣସି ମୋଟର ବୋଟ୍‌ ନଥିବାରୁ ଲୋକେ ଏଭଳି ଜୀବନକୁ ବାଜି ଲଗାଇ ନଦୀ ପାର କରୁଛନ୍ତି। ପାହଡ଼ି ନଦୀ ହୋଇଥିବାରୁ ନଦୀ ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଲୋକେ ଭାସିଯାଉଥିବା ମଧ୍ୟ ଜଣାପଡ଼ିଛି। ତେଣୁ ରାଲଗେଡ଼ା ପଞ୍ଚାୟତବାସୀ ତୁରନ୍ତ ସୁଆପାଲୀ ନଦୀରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।



from Kanak News https://ift.tt/3068r2M https://ift.tt/306Kx7e
ଜୀବିକା ପାଇଁ ଜୀବନକୁ ବାଜି : ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଈ ପାର ହେଉଛନ୍ତି ଅଙ୍ଗନବାଡି କର୍ମୀ Kanak News ଜୀବିକା ପାଇଁ ଜୀବନକୁ ବାଜି : ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ଭରା ନଈ ପାର ହେଉଛନ୍ତି ଅଙ୍ଗନବାଡି କର୍ମୀ Kanak News Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.