ଫୋନ୍ କରି ଆକାଉଣ୍ଟ୍ ଖାଲି କରିଦେଲେ : ଲୁଟିଲେ ୬୪ ହଜାର; ଫୋନ୍ପେ ଜରିଆରେ ଯୁବତୀଙ୍କଠାରୁ ଲୁଟ , ଥାନାରେ ମାମଲା Kanak News

କନକ ବ୍ୟୁରୋ : ଫୋନ୍ କଲେ ଆଉ ବ୍ୟାଙ୍କ ଆକାଉଣ୍ଟ୍ ଖାଲି କରିଦେଲେ। ଅନ୍ଲାଇନ ଆର୍ଥିକ କାରବାର ହେଉଥିବା ଆପ୍ଲିକେସନ୍ ଫୋନ୍ ପେ ଜରିଆରେ କାବେରୀ ରାଉତ ନାମକ ଜଣେ ଯୁବତୀଙ୍କ ଠାରୁ ପ୍ରାୟ ୬୪ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। ଶନିବାର ଦିନ ଏହି ଘଟଣା ଘଟିଥିବା ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଉକ୍ତ ଦିନ ଯୁବତୀଙ୍କୁ ଏକ ଅଜଣା ଫୋନ୍ କଲ ଆସିଥିଲା। ଏହାର ମାତ୍ର କିଛି ସମୟ ମଧ୍ୟରେ ବାରିପଦା ଏସ୍ବିଆଇ ମୁଖ୍ୟ ଶାଖାରେ ଥିବା ଉକ୍ତ ଯୁବତୀଙ୍କ ଆକାଉଣ୍ଟ୍ରୁ ତାଙ୍କର ସମସ୍ତ ଜମା ଟଙ୍କା ଖାଲି ହୋଇଯାଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ତେବେ ସଠିକ୍ ସମୟରେ ପୁଲିସ୍କୁ ସୂଚନା ଦିଆଯାଇଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହି ଟଙ୍କା ପୁନର୍ବାର ଆକାଉଣ୍ଟକୁ ଫେରିଆସିପାରେ ବୋଲି ଜଣାପଡ଼ିଛି। ତେବେ ଅଜଣା ନମ୍ବରରୁ ବିଭିନ୍ନ ବ୍ୟାଙ୍କ କାରବାର ନେଇ କଲ୍ ଆସୁଥିଲେ ଏନେଇ ସଚେତନ ରହିବାକୁ ପୁଲିସ୍ ପକ୍ଷରୁ କୁହାଯାଇଛି
।
from Kanak News https://ift.tt/3mICGXd https://ift.tt/33VfFaM
ଫୋନ୍ କରି ଆକାଉଣ୍ଟ୍ ଖାଲି କରିଦେଲେ : ଲୁଟିଲେ ୬୪ ହଜାର; ଫୋନ୍ପେ ଜରିଆରେ ଯୁବତୀଙ୍କଠାରୁ ଲୁଟ , ଥାନାରେ ମାମଲା Kanak News
Reviewed by SUBHENDU BARAL
on
September 22, 2020
Rating:
No comments: